ନୂଆଦିଲ୍ଲୀ : ବେଳେ ବେଳେ ଏପରି ହୋଇଥାଏ ବ୍ୟାଙ୍କ ଏରର ଯୋଗୁ ଭୁଲରେ କାହା ଆକାଉଣ୍ଟରେ ଟଙ୍କା ଡିପୋଜିଟ ହୋଇଯାଏ । ଆଉ ଏହି ଟଙ୍କା ପରେ ପୁଣି ବ୍ୟାଙ୍କ ଫେରାଇ ନେଇଥାଏ । କିଛି କ୍ଷଣ ପାଇଁ ନିଜ ଆକାଉଣ୍ଟରେ ଏତେଗୁଡିଏ ଟଙ୍କା ଦେଖି ଆମେ ଖୁସି ହୋଇଥିଲେ ମଧ୍ୟ ପରେ ଏହା ପୁଣି ଆକାଉଣ୍ଟରୁ ଗାଏବ ହୋଇଯାଇଥାଏ । ତାହା ପୁଣି ଠିକ୍ ବ୍ୟକ୍ତିର ଆକାଉଣ୍ଟକୁ ଚାଲିଯାଇଥାଏ । କେହି କେହି ମଧ୍ୟ ଏହି ଟଙ୍କାକୁ ଭୁଲରେ ଆସିଥିବା ଲୋକଙ୍କୁ ଫେରାଇ ଦେଇଥାନ୍ତି ।
ହେଲେ କେରଳ ତ୍ରିଶୁର ଜିଲ୍ଲାର ଦୁଇଜଣ ଯୁବକ ବ୍ୟାଙ୍କ ଭୁଲର ଫାଇଦା ଉଠାଇଛନ୍ତି । ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବା ମାତ୍ରେ ତତ୍କ୍ଷଣାତ୍ ଏହାର ଫାଇଦା ଉଠାଇଛନ୍ତି । ଏହି ଯୁବକ ଦ୍ୱୟ ଭୁଲରେ ଆସିଥିବା ୨.୪୪ କୋଟି ଟଙ୍କାକୁ ନିଜର ବ୍ୟାଙ୍କ ଲୋନ୍ ଶୁଝିବା ଓ ଆଇ ଫୋନ୍ କିଣିବାରେ ଲଗାଇ ଦେଇଛନ୍ତି ।
ଖାଲି ସେତିକି ନୁହେଁ ଏହି ଟଙ୍କାକୁ ୧୯ ଟି ବ୍ୟାଙ୍କ୍ର ୫୪ ଟି ଆକାଉଣ୍ଟ ମାଧ୍ୟମରେ ଷ୍ଟକ ଏକ୍ସେଚେଞ୍ଜରେ ମଧ୍ୟ ଲଗାଇ ଦେଇଛନ୍ତି । ଏହି ଯୁବକଦ୍ୱୟ ୨.୪୪ କୋଟି ଟଙ୍କାକୁ ଶେଷ କରିବା ପାଇଁ ୧୭୧ ଟି ଅନଲାଇନ ଟ୍ରାଞ୍ଜାକସନ କରିଥିଲେ । ଯୁବକଦ୍ୱୟଙ୍କୁ ଏବେ ଗରିଫ କରାଯାଇଛି ।
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…
ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…
ରାୟଗଡ଼ା(କେନ୍ୟୁଜ୍): ବସ୍ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍ଷ୍ଟାଣ୍ଡରେ ଜଳିଗଲା ବସ୍ । ରାୟଗଡ଼ା ଜିଲ୍ଲା…