Below header

ଯୁବକଙ୍କ ଆକାଉଣ୍ଟରେ ଭୁଲରେ ଡିପୋଜିଟ ହୋଇଗଲା ୨.୪୪ କୋଟି ଟଙ୍କା, ନିଜ ଲୋନ୍‌ ଶୁଝିବା ଓ ଆଇ ଫୋନ୍‌ କିଣିବାରେ ସାରିଦେଲେ ଟଙ୍କା, ଏବେ ଦୁହେଁ ଗିରଫ

ନୂଆଦିଲ୍ଲୀ : ବେଳେ ବେଳେ ଏପରି ହୋଇଥାଏ ବ୍ୟାଙ୍କ ଏରର ଯୋଗୁ ଭୁଲରେ କାହା ଆକାଉଣ୍ଟରେ ଟଙ୍କା ଡିପୋଜିଟ ହୋଇଯାଏ । ଆଉ ଏହି ଟଙ୍କା ପରେ ପୁଣି ବ୍ୟାଙ୍କ ଫେରାଇ ନେଇଥାଏ । କିଛି କ୍ଷଣ ପାଇଁ ନିଜ ଆକାଉଣ୍ଟରେ ଏତେଗୁଡିଏ ଟଙ୍କା ଦେଖି ଆମେ ଖୁସି ହୋଇଥିଲେ ମଧ୍ୟ ପରେ ଏହା ପୁଣି ଆକାଉଣ୍ଟରୁ ଗାଏବ ହୋଇଯାଇଥାଏ । ତାହା ପୁଣି ଠିକ୍‌ ବ୍ୟକ୍ତିର ଆକାଉଣ୍ଟକୁ ଚାଲିଯାଇଥାଏ । କେହି କେହି ମଧ୍ୟ ଏହି ଟଙ୍କାକୁ ଭୁଲରେ ଆସିଥିବା ଲୋକଙ୍କୁ ଫେରାଇ ଦେଇଥାନ୍ତି ।

ହେଲେ କେରଳ ତ୍ରିଶୁର ଜିଲ୍ଲାର ଦୁଇଜଣ ଯୁବକ ବ୍ୟାଙ୍କ ଭୁଲର ଫାଇଦା ଉଠାଇଛନ୍ତି । ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବା ମାତ୍ରେ ତତ୍‌କ୍ଷଣାତ୍‌ ଏହାର ଫାଇଦା ଉଠାଇଛନ୍ତି । ଏହି ଯୁବକ ଦ୍ୱୟ ଭୁଲରେ ଆସିଥିବା ୨.୪୪ କୋଟି ଟଙ୍କାକୁ ନିଜର ବ୍ୟାଙ୍କ ଲୋନ୍‌ ଶୁଝିବା ଓ ଆଇ ଫୋନ୍‌ କିଣିବାରେ ଲଗାଇ ଦେଇଛନ୍ତି ।

ଖାଲି ସେତିକି ନୁହେଁ ଏହି ଟଙ୍କାକୁ ୧୯ ଟି ବ୍ୟାଙ୍କ୍‌ର ୫୪ ଟି ଆକାଉଣ୍ଟ ମାଧ୍ୟମରେ ଷ୍ଟକ ଏକ୍ସେଚେଞ୍ଜରେ ମଧ୍ୟ ଲଗାଇ ଦେଇଛନ୍ତି । ଏହି ଯୁବକଦ୍ୱୟ ୨.୪୪ କୋଟି ଟଙ୍କାକୁ ଶେଷ କରିବା ପାଇଁ ୧୭୧ ଟି ଅନଲାଇନ ଟ୍ରାଞ୍ଜାକସନ କରିଥିଲେ । ଯୁବକଦ୍ୱୟଙ୍କୁ ଏବେ ଗରିଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.