ଶ୍ରୀକ୍ଷେତ୍ରରେ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର ବାର୍ଷିକ ଉତ୍ସବ ପାଳିତ: ଯୋଗଦେଲେ ବିଧାୟକ ଓ ସାଂସଦ

ପୁରୀ(କେନ୍ୟୁଜ୍‌): ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନ୍ ଭୁବନେଶ୍ୱରର ବାର୍ଷିକ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ତୁଷାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଅତିଥି ପରିଚୟ ଉପସ୍ଥାପନ କରିଥିଲେ ଭୁବନେଶ୍ୱର ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ନିହାର ରଂଜନ ପଣ୍ଡା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନା ଖାନ୍‌, ସମ୍ମାନୀତ ଅତିଥି ବିଧାୟକ ଜୟନ୍ତ ଷଡଙ୍ଗୀ,ଶ୍ରମିକ ନେତା ନବକିଶୋର ମହାନ୍ତି,ବରିଷ୍ଠ ସ୍ତମ୍ଭକାର ଶ୍ରୀରାମ ଦାସ, ଦୂରଦର୍ଶନର ପୂର୍ବତ୍ତନ ବାର୍ତ୍ତା ସମ୍ପାଦକ ଗୋପାଳ ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡଃ ବାସନ୍ତୀ ଦାସ ପ୍ରମୁଖ ଯୋଗ ଦେଇ ‘ଅବକ୍ଷୟମୁଖୀ ଗଣମାଧ୍ୟମ ଓ ଜନମତ’ ଶୀର୍ଷକ ଆଲୋଚନା ଚକ୍ରରେ ନିଜର ମତ ପ୍ରକାଶ କରିଥିଲେ ।

puri233

ଗଣମାଧ୍ୟମ ଅବକ୍ଷୟମୁଖୀ ନୁହେଁ ବରଂ ସମ୍ବାଦ ପରିବେଷଣରେ ଆମର ମାନସିକତା ଗଣମାଧ୍ୟମକୁ ଅବକ୍ଷୟମୁଖୀ କରିବା ପାଇଁ ଦାୟୀ ବୋଲି ମତ ପ୍ରକାଶ ପାଇଥିଲା । ବର୍ତ୍ତମାନ ସମୟରେ ଅନେକ ୱେବ୍ ମିଡ଼ିଆ ଓ ସୋସିଆଲ ମିଡ଼ିଆ ଗଢି ଉଠିଛି।ତେବେ କୌଣସି ଖବର ଅପଲୋଡ଼ କରିବା ପୂର୍ବରୁ ଏହାର ସତ୍ୟାସତ୍ୟ,ବାସ୍ତବତା ପରଖି ସମ୍ବାଦ ପରିବେଷଣ କରିବାକୁ ଅତିଥି ମାନେ ମତ ଦେଇଥିଲେ।ନିଜ ବ୍ୟକ୍ତିଗତ ସ୍ବାର୍ଥ ନଦେଖି ସମାଜର ହିତ ସାଧନ ତଥା ଲୋକଙ୍କ ସମସ୍ୟା ସମ୍ପର୍କିତ ଖବର ଅପଲୋଡ଼ ପାଇଁ ଉତ୍ସବରେ ଅତିଥିମାନେ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ସଂଘର ସଭାପତି ସୁକାନ୍ତ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସୁନାକର ଦାସ, ସମ୍ପାଦକ ମନୋଜ ବେହେରା, ଉପସଭାପତି ସୁନୀଲ କୁମାର ଦେ, ରାଜକିଶୋର ମହାପାତ୍ର, ଦେବପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉତ୍ସର୍ବରେ ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.