ଦେଶ ବିଦେଶ

୧୯ ଘଣ୍ଟା ଧରି BBC ଅଫିସରେ ଚାଲିଛି ରେଡ: ଫୋନ୍, ଲାପଟପ ଜବତ ପରେ ଦିଲ୍ଲୀ ଓ ମୁମ୍ବାଇ ଅଫିସ୍‌ ସିଲ୍‌

ନୂଆଦିଲ୍ଲୀ : BBC କାର୍ଯ୍ୟାଳୟରେ ଚଢାଉ ଜାରି । ୧୯ ଘଣ୍ଟା ଧରି ମୁମ୍ବାଇ ଓ ଦିଲ୍ଲୀ ଅଫିସରେ ଚାଲିଛି ରେଡ । କର୍ମଚାରୀଙ୍କ ଫୋନ୍‌ ସିଜ୍‌ କରି ସେମାନଙ୍କୁ ଘରକୁ ଚାଲିଯିବାକୁ କୁହଯାଇଛି । ଇଣ୍ଟରନ୍ୟାସନାଲ ଟ୍ୟାକ୍ସ ସହ ଜଡିତ ଏହି ମାମଲା । ଟ୍ୟାକ୍ସ ଚୋରି ମାମଲାରେ ବିବିସି ଅଫିସରେ ଆଇଟି ସର୍ଚ୍ଚ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଦୁଇଟି ଡକୁମେଣ୍ଟାରି ପ୍ରସ୍ତୁତ କରିବା ପରେ ଏହି ସଂସ୍ଥା ବିବାଦୀୟ ହୋଇପଡ଼ିଥିଲା । ଗତକାଲି ଦିଲ୍ଲୀ ଅଫିସରେ ରେଡ କରି କର୍ମଚାରୀଙ୍କ ଫୋନ ଓ ଲାପଟପ୍‌ ସିଜ୍‌ କରିଥିଲେ ଆଇଟି କର୍ମଚାରୀ । କର୍ମଚାରୀଙ୍କ ଲାପଟପ୍‌ ସ୍କାନ କରିବା ପରେ ସେମାନଙ୍କୁ ଘରକୁ ଯିବାକୁ ଦିଆଯାଇଥିଲା ।

ଏନେଇ କିଛି କର୍ମଚାରୀଙ୍କ ଆଇଟି ଅଫିସରଙ୍କ ଯୁକ୍ତିତର୍କ ହୋଇଥିଲା । ତେବେ ରେଡ୍‌ ନେଇ ବିବିସି ପକ୍ଷରୁ ବୟାନ ଜାରି କରାଯାଇଛି । ଆମେ ଆମ କର୍ମଚାରୀଙ୍କ ସହ ରହିଛୁ ଓ ରେଡରେ ଆଇଟି କର୍ମଚାରୀଙ୍କୁ ସହଯୋଗ କରୁଛୁ ବୋଲି ବିବିସି ତରଫରୁ କୁହାଯାଇଛି । ଏନେଇ ଆମେରିକା ପ୍ରତିକ୍ରିୟା ରଖିଛି । ବିବିସ ଅଫିସରେ ରେଡ୍‌ ବିଷୟରେ ଜଣାଅଛି । ବିଶ୍ୱରେ ଆମେ ଗଣମାଧ୍ୟମର ସ୍ୱାଧୀନତାକୁ ସମର୍ଥନ କରୁ ବୋଲି କହିଛନ୍ତି ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟ ପ୍ରବକ୍ତା ନେଡ ପ୍ରାଇସ । ରେଡକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଗୋଧ୍ରା ଦଙ୍ଗାକୁ ନେଇ ଦୁଇଟି ପାର୍ଟରେ ଡକ୍ୟୁମେଣ୍ଟାରୀ ରିଲିଜ କରିଥିଲା ବିବିସି । ଯାହାକୁ ନେଇ ଦେଶସାରା ରାଜନୀତି ତାତି ଜୋର ଧରିଥିବା ବେଳେ ପ୍ରତିଶୋଧ ନେବାକୁ ବିବିସି ଅଫିସରେ ରେଡ୍‌ କରାଯାଉଛି ବୋଲି କଂଗ୍ରେସ କହିଛି ।

Barsha

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

2 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

32 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

39 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago