୧୯ ଘଣ୍ଟା ଧରି BBC ଅଫିସରେ ଚାଲିଛି ରେଡ: ଫୋନ୍, ଲାପଟପ ଜବତ ପରେ ଦିଲ୍ଲୀ ଓ ମୁମ୍ବାଇ ଅଫିସ୍ ସିଲ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଦୁଇଟି ଡକୁମେଣ୍ଟାରି ପ୍ରସ୍ତୁତ କରିବା ପରେ ଏହି ସଂସ୍ଥା ବିବାଦୀୟ ହୋଇପଡ଼ିଥିଲା । ଗତକାଲି ଦିଲ୍ଲୀ ଅଫିସରେ ରେଡ କରି କର୍ମଚାରୀଙ୍କ ଫୋନ ଓ ଲାପଟପ୍ ସିଜ୍ କରିଥିଲେ ଆଇଟି କର୍ମଚାରୀ ।
ନୂଆଦିଲ୍ଲୀ : BBC କାର୍ଯ୍ୟାଳୟରେ ଚଢାଉ ଜାରି । ୧୯ ଘଣ୍ଟା ଧରି ମୁମ୍ବାଇ ଓ ଦିଲ୍ଲୀ ଅଫିସରେ ଚାଲିଛି ରେଡ । କର୍ମଚାରୀଙ୍କ ଫୋନ୍ ସିଜ୍ କରି ସେମାନଙ୍କୁ ଘରକୁ ଚାଲିଯିବାକୁ କୁହଯାଇଛି । ଇଣ୍ଟରନ୍ୟାସନାଲ ଟ୍ୟାକ୍ସ ସହ ଜଡିତ ଏହି ମାମଲା । ଟ୍ୟାକ୍ସ ଚୋରି ମାମଲାରେ ବିବିସି ଅଫିସରେ ଆଇଟି ସର୍ଚ୍ଚ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଦୁଇଟି ଡକୁମେଣ୍ଟାରି ପ୍ରସ୍ତୁତ କରିବା ପରେ ଏହି ସଂସ୍ଥା ବିବାଦୀୟ ହୋଇପଡ଼ିଥିଲା । ଗତକାଲି ଦିଲ୍ଲୀ ଅଫିସରେ ରେଡ କରି କର୍ମଚାରୀଙ୍କ ଫୋନ ଓ ଲାପଟପ୍ ସିଜ୍ କରିଥିଲେ ଆଇଟି କର୍ମଚାରୀ । କର୍ମଚାରୀଙ୍କ ଲାପଟପ୍ ସ୍କାନ କରିବା ପରେ ସେମାନଙ୍କୁ ଘରକୁ ଯିବାକୁ ଦିଆଯାଇଥିଲା ।
ଏନେଇ କିଛି କର୍ମଚାରୀଙ୍କ ଆଇଟି ଅଫିସରଙ୍କ ଯୁକ୍ତିତର୍କ ହୋଇଥିଲା । ତେବେ ରେଡ୍ ନେଇ ବିବିସି ପକ୍ଷରୁ ବୟାନ ଜାରି କରାଯାଇଛି । ଆମେ ଆମ କର୍ମଚାରୀଙ୍କ ସହ ରହିଛୁ ଓ ରେଡରେ ଆଇଟି କର୍ମଚାରୀଙ୍କୁ ସହଯୋଗ କରୁଛୁ ବୋଲି ବିବିସି ତରଫରୁ କୁହାଯାଇଛି । ଏନେଇ ଆମେରିକା ପ୍ରତିକ୍ରିୟା ରଖିଛି । ବିବିସ ଅଫିସରେ ରେଡ୍ ବିଷୟରେ ଜଣାଅଛି । ବିଶ୍ୱରେ ଆମେ ଗଣମାଧ୍ୟମର ସ୍ୱାଧୀନତାକୁ ସମର୍ଥନ କରୁ ବୋଲି କହିଛନ୍ତି ଆମେରିକା ଷ୍ଟେଟ ଡିପାର୍ଟମେଣ୍ଟ ପ୍ରବକ୍ତା ନେଡ ପ୍ରାଇସ । ରେଡକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଗୋଧ୍ରା ଦଙ୍ଗାକୁ ନେଇ ଦୁଇଟି ପାର୍ଟରେ ଡକ୍ୟୁମେଣ୍ଟାରୀ ରିଲିଜ କରିଥିଲା ବିବିସି । ଯାହାକୁ ନେଇ ଦେଶସାରା ରାଜନୀତି ତାତି ଜୋର ଧରିଥିବା ବେଳେ ପ୍ରତିଶୋଧ ନେବାକୁ ବିବିସି ଅଫିସରେ ରେଡ୍ କରାଯାଉଛି ବୋଲି କଂଗ୍ରେସ କହିଛି ।