ଅଷ୍ଟମ ଟେଲି ପୁରସ୍କାର ୨୦୧୯: ଲିପ୍ସା ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଦେବାଶିଷ ପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର

ଅଷ୍ଟମ ଟେଲି ପୁରସ୍କାର ୨୦୧୯ରେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପ୍ରସିଦ୍ଧି ନାୟକଙ୍କୁ ପୁରସ୍କୃତ କରଯାଇଛି ।

ଭୁବନେଶ୍ଵର (କେନ୍ୟୁଜ): ଭୁବନେଶ୍ଵର ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଛି ଅଷ୍ଟମ ଟେଲି ପୁରସ୍କାର ୨୦୧୯ । ଲିପ୍ସା ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଦେବାଶିଷ ପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି ।

ସେହିପରି ଶ୍ରେଷ୍ଠ ଶିଶୁ କଳାକାର ଭାବେ ପ୍ରସିଦ୍ଧି ନାୟକଙ୍କୁ ପୁରସ୍କୃତ କରଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱନୀ ପାତ୍ର , ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ , ଓଏଫଡିସି ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ , ବିଧାୟକ ଅନନ୍ତ ନାରାୟଣ ଜେନା , ଭୁବନେଶ୍ଵର ଉତ୍ତର ବିଧ୍ୟାୟକ ସୁଶାନ୍ତ ରାଉତ ଯୋଗ ଦେଇ ଉଦଘାଟନ କରିଥିଲେ । ବିଭିନ୍ନ କାଟାଗୋରୀରେ ପୁରସ୍କାର ପ୍ରଦାନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।

 

Leave A Reply

Your email address will not be published.