ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ବି ନାହିଁ, ଛୁଆକୁ କାଖେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଲେ ଲକ୍ଷ୍ମୀ

ଭଦ୍ରକ ଜିଲ୍ଲା ଚାନ୍ଦବାଲି NAC ର ବାଲିଗାଁ ୧୪ ନମ୍ବର ୱାର୍ଡରେ ଥିବା ଲଷ୍ମୀଦାସଙ୍କ ପରିବାର। ପରିବାରି କହିଲେ ୫ ପ୍ରାଣୀ କୁଟୁମ୍ବ। ହେଲେ ସଭିଏଁ ରୋଗାକ୍ରାନ୍ତ। ଚିକିତ୍ସା ପାଇଁ ପାଖରେ ପଇସା ଟିଏ ମଧ୍ୟ ନାହିଁ।

ଭଦ୍ରକ(କେନ୍ୟୁଜ): କଥାରେ ଅଛି ସଂସାରରେ ଘର କରିଥିଲେ ପଥର ପଡିଲେ ସହି। ଠିକ୍ ସେହିପରି ବର୍ତ୍ତମାନ ଜୀବନକୁ ବାଜି ଲଗାଇ ଦିନ ପରେ ଦିନ ଅତିବାହିତ କରିଚାଲିଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି NAC ର ବାଲିଗାଁ ୧୪ ନମ୍ବର ୱାର୍ଡରେ ଥିବା ଲଷ୍ମୀଦାସଙ୍କ ପରିବାର। ପରିବାରି କହିଲେ ୫ ଜଣ କୁଟୁମ୍ବ। ହେଲେ ସଭିଏଁ ରୋଗାକ୍ରାନ୍ତ। ଚିକିତ୍ସା ପାଇଁ ପାଖରେ ପଇସା ଟିଏ ମଧ୍ୟ ନାହିଁ। ଏପରି ସ୍ଥଳେ ରାସନ ସାମଗ୍ରୀ ପାଇବାରୁ ମଧ୍ୟ ବଂଚିତ ଏହି ପରିବାର।

ନିଜେ ଲକ୍ଷ୍ମୀ ଦାସ ଟିଉମର ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସ୍ବାମୀ ଜଗା ଦାସଙ୍କ ଲିଭର ଡ୍ଯାମେଜ ହୋଇଯାଇଛି। ସେ ଘରେ ରହି ଭାଗ୍ଯ ଓ ଭଗବାନଙ୍କ ଉପରେ କେବଳ ବିଶ୍ୱାସ ରଖି ଅନାଇ ରହିଛନ୍ତି। ସେହିପରି ନଣନ୍ଦ, ଶାଶୁ ଓ ତାଙ୍କ ପୁଅ ମଧ୍ୟ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ। ଡାକ୍ତର କହିଲେ ପୁଅର ଚିକିତ୍ସା ପାଇଁ ଅପରେସନର ଅବାଶ୍ଯକତା ରହିଛି। ଏଥିପାଇଁ ପ୍ରାୟ ଦେଢ଼ ଲକ୍ଷ ରୁ ଅଧିକ ଟଙ୍କା ଦରକାର। ଯାହା ଲକ୍ଷ୍ମୀଙ୍କ ପାଇଁ ଅଆକାଶ କଇଁୟା ଚିଲିକା ମାଛ ସଦ୍ରୁଶ୍ଯ।

ଲକ୍ଷ୍ମୀଙ୍କ ପାଖରେ ଟଙ୍କାଟିଏ ବି ନାହିଁ। ଏହାସହିତ ଜମିବାଡ଼ି ବୋଲି ମଧ୍ଯ କିଛି ନାହିଁ। ଏତେ ଟଙ୍କା ଆସିବ କେଉଁଠୁ? ତେଣୁ କିଛି ଉପାୟ ନ ପାଇ ଲକ୍ଷ୍ମୀଦାସ ନିଜ କୁନି ପିଲାଙ୍କୁ କାଖେଇ ଚାନ୍ଦବାଲି ରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଆସି ନିଜର ଗୁହାରି କହିଛନ୍ତି। ତେବେ ଜିଲ୍ଲାପାଳ ଭୁବନେଶ୍ୱର ସମିଳନୀ କୁ ଯାଇଥିବାରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସେ ଭେଟିଥିଲେ । ଅତିରିକ୍ତ ଜିଲ୍ଲାପାଳ ଲଷ୍ମୀଦାସଙ୍କ ଠାରୁ ସବୁ କଥା ଜାଣି ତୁରନ୍ତ ୫ ହଜାର ଟଙ୍କା ରେଡ କ୍ରସ୍ ପାଣ୍ଠିରୁ ଦେବା ସହିତ, ତୁରନ୍ତ ରାସନ ସାମଗ୍ରୀ ଯୋଗାଇବା ସହିତ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଗାଇ ଦେବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗରିବକୁ ଦଇବ ସାହା। ତେବେ ଦେଖାଯାଉ ଦୁଃଖରେ ଦିନ କାଟୁଥିବା ଲକ୍ଷ୍ମୀଙ୍କ ପରିବାରକୁ ସରକାରୀ ସୁବିଧା କେବେ ମିଳୁଛି ଏବଂ କେବେ ସେ ନିଜକୁ ସୁସ୍ଥ କରବା ସହିତ ନିଜ ପରିବାର ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ପାରୁଛନ୍ତି।

Leave A Reply

Your email address will not be published.