ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ଆହ୍ଲାବାଦର ଏକ ହୋଟେଲରେ କଲେ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟରେ ପି ଚିଦାମ୍ବରମଙ୍କୁ କଲେ ଦାୟୀ

ବାୟୁସେନାର ଏକ ରିଟାୟର୍ଡ ଅଧିକାରୀ ବିଜନ ଦାସ ୟୁପିର ଇଲାହାବାଦରେ ଥିବା ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ଆସାମରେ ରହୁଥିବା ବିଜନ ଦାସ ୫ ପୃଷ୍ଠାର ଏକ ସୁଇସାଇଡ୍‌ ନୋଟ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଛାଡି ଯାଇଛନ୍ତି। ଆଶ୍ଚର୍ଯ୍ୟର କଥା ଏହା ଯେ ସୁଇସାଇଡ୍‌ ନୋଟରେ ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଦେଶର ମାନ୍ଦା ଆର୍ଥିକ ସ୍ଥିତି ପାଇଁ ଦାୟୀ କରିଛନ୍ତି। ବିଜନ ଦାସ ଏହା ମଧ୍ୟ ଲେଖିଛନ୍ତି ଯେ ମୋଦିଙ୍କୁ ଏହା ପାଇଁ ଦାୟୀ କରାଯାଇପାରିବ ନାହିଁ।

୫୫ ବର୍ଷୀୟ ପୂର୍ବ ବାୟୁସେନା ଅଧିକାରୀ ଆହ୍ଲାବାଦର ଏକ ହୋଟେଲରେ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ୬ ସେପ୍ଟେମ୍ବରରେ ହୋଟେଲରେ ରହିଥିଲେ ଏହାର ଦୁଇ ଦିନ ପରେ ସେ ବାହାରକୁ ବାହାରିନଥିଲେ। ଏହାର ସୂଚନା ୱେଟର ମ୍ୟାନେଜରଙ୍କୁ ଦେଲେ। ଏହାପରେ ମ୍ୟାନେଜର ରୁମର କବାଟ ଭାଙ୍ଗି ଦେଖିଲେ ବିଜନ ଫ୍ୟାନରେ ଝୁଲୁଛନ୍ତି। ଏହାକୁ ଦେଖି ମ୍ୟାନେଜରଙ୍କ ହୋସ ଉଡିଗଲା।

ଅଧିକାରୀ ଜଣଙ୍କ ସୁଇସାଇଡ୍‌ ନୋଟ୍‌ ବ୍ୟତୀତ ନିଜର ଅନ୍ତ୍ୟୁଷ୍ଟି କ୍ରୀୟା ପାଇଁ ୧୫୦୦ ଏବଂ ହୋଟେଲର ଭଡା ମଧ୍ୟ ରଖିଥିଲେ। ସେ ଲେଖିଛନ୍ତି ଯେ ଯଦି କୌଣସି ସରକାର ଭୁଲ ନୀତି କରିଥାନ୍ତି ତେବେ ଏହାର ପ୍ରଭାବ ଶୀଘ୍ର ଦେଖାଯାଇନଥାଏ ବରଂ କିଛି ବର୍ଷ ପରେ ଦେଖାଯାଏ। ଏଥିପାଇଁ ଆର୍ଥିକ ମାନ୍ଦାବସ୍ଥା ପାଇଁ ମୋଦିଙ୍କୁ ଦାୟୀ କରାଯାଇପାରିବ ନାହିଁ। ଅଧିକାରୀ ପୂର୍ବ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମଙ୍କ ଗିରଫ ଘଟଣା ମଧ୍ୟ ନୋଟରେ ଲେଖିଛନ୍ତି।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago