ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ଆହ୍ଲାବାଦର ଏକ ହୋଟେଲରେ କଲେ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟରେ ପି ଚିଦାମ୍ବରମଙ୍କୁ କଲେ ଦାୟୀ

ବାୟୁସେନାର ଏକ ରିଟାୟର୍ଡ ଅଧିକାରୀ ବିଜନ ଦାସ ୟୁପିର ଇଲାହାବାଦରେ ଥିବା ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ଆସାମରେ ରହୁଥିବା ବିଜନ ଦାସ ୫ ପୃଷ୍ଠାର ଏକ ସୁଇସାଇଡ୍‌ ନୋଟ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମରେ ଛାଡି ଯାଇଛନ୍ତି। ଆଶ୍ଚର୍ଯ୍ୟର କଥା ଏହା ଯେ ସୁଇସାଇଡ୍‌ ନୋଟରେ ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଦେଶର ମାନ୍ଦା ଆର୍ଥିକ ସ୍ଥିତି ପାଇଁ ଦାୟୀ କରିଛନ୍ତି। ବିଜନ ଦାସ ଏହା ମଧ୍ୟ ଲେଖିଛନ୍ତି ଯେ ମୋଦିଙ୍କୁ ଏହା ପାଇଁ ଦାୟୀ କରାଯାଇପାରିବ ନାହିଁ।

୫୫ ବର୍ଷୀୟ ପୂର୍ବ ବାୟୁସେନା ଅଧିକାରୀ ଆହ୍ଲାବାଦର ଏକ ହୋଟେଲରେ ବେକରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ୬ ସେପ୍ଟେମ୍ବରରେ ହୋଟେଲରେ ରହିଥିଲେ ଏହାର ଦୁଇ ଦିନ ପରେ ସେ ବାହାରକୁ ବାହାରିନଥିଲେ। ଏହାର ସୂଚନା ୱେଟର ମ୍ୟାନେଜରଙ୍କୁ ଦେଲେ। ଏହାପରେ ମ୍ୟାନେଜର ରୁମର କବାଟ ଭାଙ୍ଗି ଦେଖିଲେ ବିଜନ ଫ୍ୟାନରେ ଝୁଲୁଛନ୍ତି। ଏହାକୁ ଦେଖି ମ୍ୟାନେଜରଙ୍କ ହୋସ ଉଡିଗଲା।

suicide noteଅଧିକାରୀ ଜଣଙ୍କ ସୁଇସାଇଡ୍‌ ନୋଟ୍‌ ବ୍ୟତୀତ ନିଜର ଅନ୍ତ୍ୟୁଷ୍ଟି କ୍ରୀୟା ପାଇଁ ୧୫୦୦ ଏବଂ ହୋଟେଲର ଭଡା ମଧ୍ୟ ରଖିଥିଲେ। ସେ ଲେଖିଛନ୍ତି ଯେ ଯଦି କୌଣସି ସରକାର ଭୁଲ ନୀତି କରିଥାନ୍ତି ତେବେ ଏହାର ପ୍ରଭାବ ଶୀଘ୍ର ଦେଖାଯାଇନଥାଏ ବରଂ କିଛି ବର୍ଷ ପରେ ଦେଖାଯାଏ। ଏଥିପାଇଁ ଆର୍ଥିକ ମାନ୍ଦାବସ୍ଥା ପାଇଁ ମୋଦିଙ୍କୁ ଦାୟୀ କରାଯାଇପାରିବ ନାହିଁ। ଅଧିକାରୀ ପୂର୍ବ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମଙ୍କ ଗିରଫ ଘଟଣା ମଧ୍ୟ ନୋଟରେ ଲେଖିଛନ୍ତି।