ପଞ୍ଜାବ ଫେରିଲେ ଇମ୍ରାନ ଦଳର ନେତା ବଳଦେବ ସିଂହ, ପାକିସ୍ତାନ ସରକାରର ଖୋଲିଲେ ପୋଲ୍
ପାକିସ୍ତାନର ଇମ୍ରାନ ସରକାରକୁ ନିଜ ଦେଶର ଲୋକଙ୍କ ବିରୋଧ । ଭାରତ ବିରୋଧରେ ଲଗାତର ବିଷୋଦଗାର୍ କରୁଥିବା ପାକିସ୍ତାନକୁ ଆଇନା ଦେଖାଇଛନ୍ତି ନିଜ ଦଳର ପୂର୍ବତନ ବିଧାୟକ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପିଟିଆଇ ଦଳର ବିଧାୟକ ଥିବା ବଳଦେବ ସିଂହ ବର୍ତ୍ତମାନ ପାକିସ୍ତାନ ଛାଡ଼ି ଭାରତରେ ରହୁଛନ୍ତି । ପଞ୍ଜାବରେ ଶରଣ ନେଇଥିବା ବଳଦେବ ବୟାନ କରିଛନ୍ତି କିଭଳି ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରାଯାଉଛି । ବଳଦେବ ଆହୁରି କହିଛନ୍ତି, ଇମ୍ରାନ୍ ଖାନ୍ ନିଜର ପ୍ରତିଶ୍ରୁତି ରକ୍ଷା କରିନାହାଁନ୍ତି । ମୁଁ ସେଠାରେ ସୁରକ୍ଷିତ ନଥିଲି । କେବଳ ମୁଁ ନୁହେଁ, ସେଠାରେ ଥିବା ସମସ୍ତ ହିନ୍ଦୁ, ଶିଖ୍ ମାନଙ୍କ ଉପରେ ବିପଦ ଥିବା କହିଛନ୍ତି ବଳଦେବ । ଏଥିପାଇଁ ଭାରତରେ ଶରଣ ଦେବାକୁ ମୋଦି ସରକାରଙ୍କୁ ଅନୁରୋଧ କରିଛନ୍ତି ବଳଦେବ ।