ପବଜି ଗେମ୍‌ ଖେଳିବାକୁ ବାରଣ କରିବା ପଡିଲା ମହଙ୍ଗା, ପିତାଙ୍କୁ ଖଣ୍ଡ ଖଣ୍ଡ କରି କାଟିଲା ପୁଅ

ବେଙ୍ଗାଲୁରୁ : ପବଜି ଖେଳିବା ଆଜିକାଲି ଯୁବପିଢିଙ୍କ ପାଇଁ ବେଶ୍‌ ସଉକ ଖେଳ ପାଲଟିଛି। ପିଲାମାନେ ଭୋକ ଶୋଷ ଭୁଲି ଏହି ଗେମ୍‌କୁ ଖେଳିବାରେ ମାତିପଡିଛନ୍ତି । ଏହି ଗେମ୍‌ ଖେଳିବା ଯୋଗୁଁ ସେମାନଙ୍କ ପାଠ ପଢା କ୍ୟାରିଅର ଉପରେ ମଧ୍ୟ ବେଶ୍‌ ପ୍ରଭାବ ପଡୁଛି। କିନ୍ତୁ ଏହି ଖେଳ ପାଇଁ ୨୫ ବର୍ଷୀୟ ଯୁବକ ଏଭଳି କାଣ୍ଡ ଘଟାଇଛନ୍ତି, ଯାହା ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଏହି ଗେମ୍‌ ଖେଳିବାରୁ ପୁଅକୁ ବାରଣ କରିବାରୁ ଜଣେ ପିତାଙ୍କ ଜୀବନ ଯାଇଛି।

ଏଭଳି ଚାଞ୍ଚଲ୍ୟକର ଖବର ମିଳିଛି କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ସିଦ୍ଧେଶ୍ବର ନଗରରୁ। ପ୍ରାପ୍ତ ସୂଚନା ଅନୁଯାୟୀ ଭୋର ୪ଟା ବେଳେ ରଘୁବୀର କୁମ୍ଭାର (୨୫) ନିଜର ମୋବାଇଲରେ ପବଜି ଗେମ ଖେଳୁଥିଲେ। ସେ ଜଣେ ଇଂଜିନିଅରିଂ ଡିପ୍ଲୋମା ଛାତ୍ର।

6

ଗତ ତିନି ବର୍ଷ ହେଲା ରଘୁବୀର ପରୀକ୍ଷାରେ ଫେଲ ହେଉଥିବା ଯୋଗୁଁ ବାପା ଶଙ୍କର ଦେବପ୍ପା କୁମ୍ଭାର(୬୧) ସବୁ ବେଳେ ଅଶାନ୍ତ ଥିଲେ। ପୁଅ ସବୁବେଳେ ପବଜିରେ ମାତୁଥିବା ହେତୁ ଅସନ୍ତୁଷ୍ଟ ଥିଲେ ଶଙ୍କର ଦେବପ୍ପା କୁମ୍ଭାର। ଭୋର ସମୟରେ ପୁଅ ମୋବାଇଲରେ ପବଜି ଗେମ ଖେଳୁଥିବାର ଦେଖି ଶଙ୍କରଙ୍କ ମୁଣ୍ଡ ଖରାପ ହୋଇଗଲା। ସେ ରାଗିଯାଇ ପୁଅ ରଘୁବୀର ହାତରୁ ମୋବାଇଲ ଛଡ଼ାଇ ନେଇଥିଲେ।

ଏଥିରେ ଅପମାନିତ ବୋଧ କରି ରଘୁବୀର ବାପା ମାଆ ଶୋଇଥିବା ରୁମକୁ ଯାଇ ଏକ ଧାରୁଆ ଅସ୍ତ୍ରରେ ଆଘାତ କରି ବାପା ଶଙ୍କରଙ୍କ ମୁଣ୍ଡ କାଟି ଦେଇଥିଲେ। ଏହାପରେ ସେ ବାପାଙ୍କର ହାତ ଓ ଗୋଡ଼କୁ ବି କାଟି ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ରଘୁବୀର କୁମ୍ଭାରଙ୍କୁ ଗିରଫ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.