ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତା ପାଇଁ AFI ଦ୍ୱାରା ଦୂତି ଚାନ୍ଦ ମନୋନୀତ

ଭୁବନେଶ୍ବର(କେନ୍ୟୁଜ୍): ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ଦୂତି ଚାନ୍ଦ। ପ୍ରତିଯୋଗୀତା ପାଇଁ AFI ଦ୍ୱାରା ମନୋନୀତ ହୋଇଛନ୍ତି ଦୌଡରାଣୀ। ୨୫ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଦୂତୀ । ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ଭାଗ ନେବେ ଦୂତି। ଆସନ୍ତା ସେପ୍ଟେମ୍ବର ୨୭ରୁ ଦୋହାରେ ଅନୁଷ୍ଠିତ ହେବ ବିଶ୍ୱ ଦୌଡକୁଦ ପ୍ରତିଯୋଗିତା। ଦୂତି ଚାନ୍ଦ ମନୋନୀତ ହେବା ପରେ ତାଙ୍କୁ ଶୁଭେଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।