ଦେଶ ବିଦେଶ

ରାସ୍ତାରେ ମଇଁଷି ଗୋବର ଦେବାରୁ କମିଶନର ହେଲେ ଖପ୍ପା, ମାଲିକ ଉପରେ କଲେ ୧୦ ହଜାର ଟଙ୍କାର ଜରିମାନା

ଗ୍ଵାଲିଆର :  ମଧ୍ୟପ୍ରଦେଶର ଗ୍ଵାଲିଅର ଏକ ଅଦ୍ଭୁଦ ଖବର ଦେଖିବାକୁ ମିଳିଛି । ଗୋଟିଏ ମଇଁଷି ରାସ୍ତାରେ ଗୋବର କରିଦେବାରୁ ମଇଁଷି ମାଲିକକୁ ଏହି କଥା ଅସୁବିଧାରେ ପକାଇଛି । ଫଳରେ ନଗର ନିଗମ ଅଫିସର ମଇଁଷି ମାଲିକଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରିଛି ।

ଗ୍ଵାଲିଅର ଡିବି ଡିବି ସିଟି ନିକଟରେ ଏକ ନୂତନ ସଡ଼କ ନିର୍ମାଣ ହୋଇଛି । ଗ୍ଵାଲିଅର ନିଗମ ଅଫିସର ଉକ୍ତ ସଡ଼କ ପରିଦର୍ଶନରେ ଆସିଥିବାବେଳେ ଗୋଟିଏ ମଇଁଷି ଉକ୍ତ ସଡ଼କରେ ଗୋବର କରିଦେଇଥିଲା । ଏହା ଦେଖି ନିଗମ ଅଫିସର ରାଗିଯାଇଥିଲେ ଏବଂ ଉକ୍ତ ମଇଁଷି ମାଲିକଙ୍କ ନାମରେ ୧୦ ହଜାର ଟଙ୍କାର ଫାଇନ୍‌ କାଟିଥିଲେ । ତେବେ ମଇଁଷି ମାଲିକ ବେତାଳ ସିଂହ ନିଜର ଭୂଲ୍‌ ସ୍ୱୀକାର କରିବା ସହ ନିଗମ ଅଫିସ ଯାଇ ୧୦ ହଜାର ଟଙ୍କାର ଫାଇନ କାଟିଥିବା ଜଣାଯାଇଛି ।

ତେବେ ଗ୍ଵାଲିଅର ସହରରେ ମଇଁଷି ଗୋବର କରିବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ମଇଁଷି ଗୋବର କରିଛନ୍ତି ଓ ସେଥିପାଇଁ ବହୁ ଦୁର୍ଘଟଣା ହୋଇଛି । ସହର ମଧ୍ୟରେ ଗାଇ ଗୋରୁ ଓ ମଇଁଷିଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଛି । ତେବେ କିଛି ଲୋକ ଏହାକୁ ମାନୁ ନଥିବାରୁ ଏଭଳି ଫାଇନ ବ୍ୟବସ୍ଥା କରାଯାଇଛି ଯାହାକୁ ଦେଖି ଲୋକେ ସବକ୍‌ ପାଇବା ସହ ବଦଳିବେ ବୋଲି ନଗର ନିଗମ ଅଫିସର କହିଛନ୍ତି ।

photo courtesy ; Punjab keshari
Niharanjan

Recent Posts

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

5 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

13 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

27 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

39 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

47 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

58 mins ago