ରାସ୍ତାରେ ମଇଁଷି ଗୋବର ଦେବାରୁ କମିଶନର ହେଲେ ଖପ୍ପା, ମାଲିକ ଉପରେ କଲେ ୧୦ ହଜାର ଟଙ୍କାର ଜରିମାନା

ଗ୍ଵାଲିଆର : ମଧ୍ୟପ୍ରଦେଶର ଗ୍ଵାଲିଅର ଏକ ଅଦ୍ଭୁଦ ଖବର ଦେଖିବାକୁ ମିଳିଛି । ଗୋଟିଏ ମଇଁଷି ରାସ୍ତାରେ ଗୋବର କରିଦେବାରୁ ମଇଁଷି ମାଲିକକୁ ଏହି କଥା ଅସୁବିଧାରେ ପକାଇଛି । ଫଳରେ ନଗର ନିଗମ ଅଫିସର ମଇଁଷି ମାଲିକଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରିଛି ।
ଗ୍ଵାଲିଅର ଡିବି ଡିବି ସିଟି ନିକଟରେ ଏକ ନୂତନ ସଡ଼କ ନିର୍ମାଣ ହୋଇଛି । ଗ୍ଵାଲିଅର ନିଗମ ଅଫିସର ଉକ୍ତ ସଡ଼କ ପରିଦର୍ଶନରେ ଆସିଥିବାବେଳେ ଗୋଟିଏ ମଇଁଷି ଉକ୍ତ ସଡ଼କରେ ଗୋବର କରିଦେଇଥିଲା । ଏହା ଦେଖି ନିଗମ ଅଫିସର ରାଗିଯାଇଥିଲେ ଏବଂ ଉକ୍ତ ମଇଁଷି ମାଲିକଙ୍କ ନାମରେ ୧୦ ହଜାର ଟଙ୍କାର ଫାଇନ୍ କାଟିଥିଲେ । ତେବେ ମଇଁଷି ମାଲିକ ବେତାଳ ସିଂହ ନିଜର ଭୂଲ୍ ସ୍ୱୀକାର କରିବା ସହ ନିଗମ ଅଫିସ ଯାଇ ୧୦ ହଜାର ଟଙ୍କାର ଫାଇନ କାଟିଥିବା ଜଣାଯାଇଛି ।
ତେବେ ଗ୍ଵାଲିଅର ସହରରେ ମଇଁଷି ଗୋବର କରିବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ମଇଁଷି ଗୋବର କରିଛନ୍ତି ଓ ସେଥିପାଇଁ ବହୁ ଦୁର୍ଘଟଣା ହୋଇଛି । ସହର ମଧ୍ୟରେ ଗାଇ ଗୋରୁ ଓ ମଇଁଷିଙ୍କ ପ୍ରବେଶ ଉପରେ ରୋକ୍ ଲାଗିଛି । ତେବେ କିଛି ଲୋକ ଏହାକୁ ମାନୁ ନଥିବାରୁ ଏଭଳି ଫାଇନ ବ୍ୟବସ୍ଥା କରାଯାଇଛି ଯାହାକୁ ଦେଖି ଲୋକେ ସବକ୍ ପାଇବା ସହ ବଦଳିବେ ବୋଲି ନଗର ନିଗମ ଅଫିସର କହିଛନ୍ତି ।