ଦେଶ ବିଦେଶ

ଏମିତି ଆଇପିଏସ୍‌ ଅଫିସର : ଯାହାଙ୍କର ୨୦ ବର୍ଷରେ ୪୦ରୁ ଅଧିକ ଥର ହୋଇଛି ଟ୍ରାନ୍ସଫର

ନୂଆଦିଲ୍ଲୀ : ଡି ରୂପା ଜଣେ ଆଇପିଏସ୍‌ ଅଫିସର । ହେଲେ କର୍ତ୍ତବ୍ୟ ସହ କେବେ ବି ସାଲିସ୍‌ କରନଥାନ୍ତି ସେ । ଯେଉଁଥିପାଇଁ ତାଙ୍କୁ ମାତ୍ର ୨୦ ବର୍ଷ ଚାକିରି କାଳ ମଧ୍ୟରେ ୪୦ ଥର ବଦଳି କରାଗଲାଣି । ହେଲେ ସେ ତାଙ୍କର କର୍ତ୍ତବ୍ୟରୁ କେବେ ବି ଓହରି ଯାଇ ନାହାଁନ୍ତି ।
ଡି ରୂପା କୁହନ୍ତି, ଏବେ ମୋତେ ହସ୍ତଶିଳ୍ପ ଏମ୍ପୋରିୟମ୍‌ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏହାର କିଛି ଦିନ ପୂର୍ବରୁ ସେ ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର ହେମନ୍ତ ନିମ୍ବାଲକରଙ୍କୁ କୋଟି କୋଟି ଟଙ୍କା ହେରଫେର୍‌ ମାମଲାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ରୂପା ହେଉଛନ୍ତି ରାଜ୍ୟର ପ୍ରଥମ ମହିଳା ଆଇପିଏସ୍‌ ଅଫିସର ଯେ କି ଏତେ ବଡ଼ ପଦବୀରେ ପହଞ୍ଚି ପାରିଛନ୍ତି ।

ଗୁରୁବାର ତାଙ୍କର ବଦଳି ଆଦେଶ ଆସିବାର କେଇ ଘଣ୍ଟା ପୂର୍ବରୁ ସେ ଟ୍ଵିଟ୍‌ କରି କହିଥିଲେ ‘ ଟ୍ରାନ୍ସଫର (ବଦଳି) ସରକାରୀ ଚାକିରିର ଏକ ଅଂଶ । ମୁଁ ମୋର ଚାକିରି ବର୍ଷ ର ଦୁଇ ଗୁଣ ବଦଳି ହୋଇ ସାରିଲିଣି । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବିପଦପୂର୍ଣ୍ଣ ବୋଲି ମୁଁ ଜାଣେ । ତଥାପି ମୁଁ ମୋର କର୍ତ୍ତବ୍ୟରେ କେବେ ବି ସମ୍‌ଝୋତା କରିନାହିଁ କିମ୍ବା କରିବି ନାହିଁ । ମୁଁ ଯେ କୈାଣସି ପଦବୀରେ ଥାଏ ନା କାହିଁକି । ’ ପ୍ରକାଶଯୋଗ୍ୟ ଯେ ରୂପା ତାଙ୍କର ୨୦ ବର୍ଷ ଚାକିରି କାଳ ମଧ୍ୟରେ ୪୦ ଥର ବଦଳି ହୋଇସାରିଲେଣି ।

ରୂପା ତାଙ୍କର ଏହି କର୍ତ୍ତବ୍ୟନିଷ୍ଠ ପାଇଁ ସର୍ବଦା ଗଣମାଧ୍ୟମର ପୃଷ୍ଟା ମଣ୍ଡନ କରିଥାନ୍ତି । ସେ ତାଙ୍କର ୨୦ ବର୍ଷ ଚାକିରି କାଳରେ ବହୁ ପଦାଧିକାରୀ ଅଫିସରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୋଷର ଶିକାର ହୋଇଛନ୍ତି । ଯାହାଦ୍ୱାରା ତାଙ୍କୁ ୨୦ ବର୍ଷରେ ୪୦ ଥର ବଦଳି କରାଯାଇଛି ।

ରୂପା ତାଙ୍କର ପ୍ରତିକ୍ରିୟାରେ କୁହନ୍ତି ‘ ମୁଁ ସର୍ବଦା ମୋର ଆଟାଚ୍‌ ପ୍ୟାକିଙ୍ଗ୍‌ କରି ରହିଥାଏ । କାରଣ ମୁଁ ଜାଣେ କେତେବେଳେ ବି ମୋର ବଦଳି ଆସିଯାଇପାରେ । ପ୍ରକାଶଯୋଗ୍ୟ ଯେ ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଡି ରୂପା ୨୦୧୬ ଓ ୨୦୧୭ ମସିହାରେ ଦୁଇଥର ରାଷ୍ଟ୍ରପତି ପୋଲିସ ପଦକ ରେ ସମ୍ମାନିତ ହୋଇଛନ୍ତି । ହୋଇଛି

photo courtesy ;   oneindia and the print

Niharanjan

Recent Posts

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

6 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

18 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

21 mins ago

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

31 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

58 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

1 hour ago