ଏମିତି ଆଇପିଏସ୍ ଅଫିସର : ଯାହାଙ୍କର ୨୦ ବର୍ଷରେ ୪୦ରୁ ଅଧିକ ଥର ହୋଇଛି ଟ୍ରାନ୍ସଫର

ନୂଆଦିଲ୍ଲୀ : ଡି ରୂପା ଜଣେ ଆଇପିଏସ୍ ଅଫିସର । ହେଲେ କର୍ତ୍ତବ୍ୟ ସହ କେବେ ବି ସାଲିସ୍ କରନଥାନ୍ତି ସେ । ଯେଉଁଥିପାଇଁ ତାଙ୍କୁ ମାତ୍ର ୨୦ ବର୍ଷ ଚାକିରି କାଳ ମଧ୍ୟରେ ୪୦ ଥର ବଦଳି କରାଗଲାଣି । ହେଲେ ସେ ତାଙ୍କର କର୍ତ୍ତବ୍ୟରୁ କେବେ ବି ଓହରି ଯାଇ ନାହାଁନ୍ତି ।
ଡି ରୂପା କୁହନ୍ତି, ଏବେ ମୋତେ ହସ୍ତଶିଳ୍ପ ଏମ୍ପୋରିୟମ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏହାର କିଛି ଦିନ ପୂର୍ବରୁ ସେ ଜଣେ ବରିଷ୍ଠ ଆଇଏଏସ୍ ଅଫିସର ହେମନ୍ତ ନିମ୍ବାଲକରଙ୍କୁ କୋଟି କୋଟି ଟଙ୍କା ହେରଫେର୍ ମାମଲାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ରୂପା ହେଉଛନ୍ତି ରାଜ୍ୟର ପ୍ରଥମ ମହିଳା ଆଇପିଏସ୍ ଅଫିସର ଯେ କି ଏତେ ବଡ଼ ପଦବୀରେ ପହଞ୍ଚି ପାରିଛନ୍ତି ।
ଗୁରୁବାର ତାଙ୍କର ବଦଳି ଆଦେଶ ଆସିବାର କେଇ ଘଣ୍ଟା ପୂର୍ବରୁ ସେ ଟ୍ଵିଟ୍ କରି କହିଥିଲେ ‘ ଟ୍ରାନ୍ସଫର (ବଦଳି) ସରକାରୀ ଚାକିରିର ଏକ ଅଂଶ । ମୁଁ ମୋର ଚାକିରି ବର୍ଷ ର ଦୁଇ ଗୁଣ ବଦଳି ହୋଇ ସାରିଲିଣି । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ବିପଦପୂର୍ଣ୍ଣ ବୋଲି ମୁଁ ଜାଣେ । ତଥାପି ମୁଁ ମୋର କର୍ତ୍ତବ୍ୟରେ କେବେ ବି ସମ୍ଝୋତା କରିନାହିଁ କିମ୍ବା କରିବି ନାହିଁ । ମୁଁ ଯେ କୈାଣସି ପଦବୀରେ ଥାଏ ନା କାହିଁକି । ’ ପ୍ରକାଶଯୋଗ୍ୟ ଯେ ରୂପା ତାଙ୍କର ୨୦ ବର୍ଷ ଚାକିରି କାଳ ମଧ୍ୟରେ ୪୦ ଥର ବଦଳି ହୋଇସାରିଲେଣି ।
ରୂପା ତାଙ୍କର ଏହି କର୍ତ୍ତବ୍ୟନିଷ୍ଠ ପାଇଁ ସର୍ବଦା ଗଣମାଧ୍ୟମର ପୃଷ୍ଟା ମଣ୍ଡନ କରିଥାନ୍ତି । ସେ ତାଙ୍କର ୨୦ ବର୍ଷ ଚାକିରି କାଳରେ ବହୁ ପଦାଧିକାରୀ ଅଫିସରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୋଷର ଶିକାର ହୋଇଛନ୍ତି । ଯାହାଦ୍ୱାରା ତାଙ୍କୁ ୨୦ ବର୍ଷରେ ୪୦ ଥର ବଦଳି କରାଯାଇଛି ।
ରୂପା ତାଙ୍କର ପ୍ରତିକ୍ରିୟାରେ କୁହନ୍ତି ‘ ମୁଁ ସର୍ବଦା ମୋର ଆଟାଚ୍ ପ୍ୟାକିଙ୍ଗ୍ କରି ରହିଥାଏ । କାରଣ ମୁଁ ଜାଣେ କେତେବେଳେ ବି ମୋର ବଦଳି ଆସିଯାଇପାରେ । ପ୍ରକାଶଯୋଗ୍ୟ ଯେ ୨୦୦୦ ବ୍ୟାଚ୍ର ଆଇପିଏସ୍ ଅଫିସର ଡି ରୂପା ୨୦୧୬ ଓ ୨୦୧୭ ମସିହାରେ ଦୁଇଥର ରାଷ୍ଟ୍ରପତି ପୋଲିସ ପଦକ ରେ ସମ୍ମାନିତ ହୋଇଛନ୍ତି । ହୋଇଛି
photo courtesy ; oneindia and the print