ନନ୍ଦନକାନନରେ ବାଘୁଣୀ ‘ଆନିନୀ’ର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ସଫାରୀ ମଧ୍ୟରେ ରହିଥିବା ସାଧାରଣ ନାଲି ରଙ୍ଗ ବାଘୁଣୀ ’ଆନିନୀ’ (୬)ର ମୃତ୍ୟୁ । ପ୍ରାୟ ଏକ ମାସ ଧରି ସେ ଅସୁସ୍ଥ ଥିଲା। ତେଣୁ କିଛି ବି ଖାଉନଥିଲା।

ଯାହାଫଳରେ ଅତି ଦୁର୍ବଳ ହୋଇପଡିବା ସହିତ ତାର ରକ୍ତରେ ହେମୋଗ୍ଲୋବିନ୍ କମି କମି ଯାଉଥିଲା। ତାକୁ ନନ୍ଦନକାନନର ପ୍ରାଣୀ ଚିକିତ୍ସକମାନେ ଯେତେ ଔଷଧ ଓ ପ୍ରତିଷେଧକ ଦେଇ ଚିକିତ୍ସା କଲେ ମଧ୍ୟ ତାର ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସୁ ନଥିଲା। ଏହାପରେ ଓୟୁଏଟିରୁ ବୈଷୟିକ କମିଟର ବିଶେଷଜ୍ଞ ସ୍ବାସ୍ଥ୍ୟ ନିରୀକ୍ଷଣ  କରିଥିଲେ।

ସୂଚନା ଥାଉକି, ଗତ ୨୦୧୪ ମସିହା ଜୁଲାଇ ମାସ ୨୮ ତାରିଖରେ ‘ମନିଷ’ ଓ  ଧଳା ବାଘୁଣୀ ’ସ୍ନେହା’ଙ୍କ ମିଳନରୁ ‘ଆନିନୀ’ ଜନ୍ମଲାଭ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.