ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି। ପରିବାର ସହ ଭାରତ ଭ୍ରମଣରେ ଆସିଥିବା ଟ୍ରମ୍ପ ଅହମ୍ମଦାବାଦ ଏୟାରପୋର୍ଟରୁ ସିଧା ସାବରମତୀ ପହଞ୍ଚିଥିଲେ। ସେଠାରୁ ମୋଟେରା ଷ୍ଟାଡିୟମ୍ରେ ପହଞ୍ଚିଥିଲେ। ଷ୍ଟାଡିୟମ୍ରେ ଲକ୍ଷାଧିକ ଲୋକ ଟ୍ରମ୍ପଙ୍କ ସ୍ୱାଗତ ପାଇଁ ସେଠାରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଟ୍ରମ୍ପ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିଥିଲେ।
ନମସ୍ତେ ଟ୍ରମ୍ପ ଇଭେଣ୍ଟ ଶେଷ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ବାହାରିବା ବେଳେ ଜଣେ ଭାରତୀୟ ମହିଳା ତାଙ୍କୁ କୁଣ୍ଢାଇ ପକାଇଥିଲେ। ରିପୋର୍ଟର ତାଙ୍କୁ ପଚାରିଥିଲେ ଆପଣଙ୍କୁ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ କେମିତି ଲାଗିଥିଲା। ଏହାର ଉତ୍ତରରେ ଇଭାଙ୍କା କହିଥିଲେ ‘ଖୁବ୍ ସୁନ୍ଦର’। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୂଚନାଯୋଗ୍ୟ ଯେ ଟ୍ରମ୍ପ ନମସ୍ତେ କହି ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ‘ଏହା ମୋ ପାଇଁ ଏକ ସମ୍ମାନର କଥା। ଆମେରିକା ସବୁବେଳେ ଭାରତ ପାଇଁ ବିଶ୍ୱସ୍ତ ବନ୍ଧୁ ହୋଇ ରହିବ। ଭବ୍ୟ ସ୍ୱାଗତ ପାଇଁ ଧନ୍ୟବାଦ ଅର୍ପଣ କରୁଛି। ଆମେରିକା ଭାରତକୁ ଭଲ ପାଉଛି ଓ ଏତେ ବଡ଼ ଲୋକତାନ୍ତ୍ରିକ ଦେଶକୁ ମୁଁ ସମ୍ମାନ କରୁଛି। ଭାରତ ଆସିବା ମୋ ପାଇଁ ସୌଭାଗ୍ୟର ବିଷୟ। ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ୍ରେ ଏଭଳି ସ୍ୱାଗତ କରିବା ଦେଖି ମୁଁ ଅଭିଭୂତ ହୋଇଛି। ୧.୨୫ ଲକ୍ଷ ଲୋକଙ୍କ ଏଭଳି ସ୍ୱାଗତ କରିବା ଲାଗି ଧନ୍ୟବାଦ।’
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…