ଭିଡ଼ ଭିତରେ ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ କୁଣ୍ଢାଇ ପକାଇଲେ ମହିଳା, ପଚାରିଲେ ‘କେମିତି ଲାଗିଲା ନମସ୍ତେ ଟ୍ରମ୍ପ’…ମିଳିଲା ଏଭଳି ଉତ୍ତର, ଦେଖନ୍ତୁ ଭିଡିଓ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି। ପରିବାର ସହ ଭାରତ ଭ୍ରମଣରେ ଆସିଥିବା ଟ୍ରମ୍ପ ଅହମ୍ମଦାବାଦ ଏୟାରପୋର୍ଟରୁ ସିଧା ସାବରମତୀ ପହଞ୍ଚିଥିଲେ। ସେଠାରୁ ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ଷ୍ଟାଡିୟମ୍‌ରେ ଲକ୍ଷାଧିକ ଲୋକ ଟ୍ରମ୍ପଙ୍କ ସ୍ୱାଗତ ପାଇଁ ସେଠାରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଟ୍ରମ୍ପ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିଥିଲେ।

donald-trump-india

ନମସ୍ତେ ଟ୍ରମ୍ପ ଇଭେଣ୍ଟ ଶେଷ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ବାହାରିବା ବେଳେ ଜଣେ ଭାରତୀୟ ମହିଳା ତାଙ୍କୁ କୁଣ୍ଢାଇ ପକାଇଥିଲେ। ରିପୋର୍ଟର ତାଙ୍କୁ ପଚାରିଥିଲେ ଆପଣଙ୍କୁ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ କେମିତି ଲାଗିଥିଲା। ଏହାର ଉତ୍ତରରେ ଇଭାଙ୍କା କହିଥିଲେ ‘ଖୁବ୍‌ ସୁନ୍ଦର’। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

evanka

ଦେଖନ୍ତୁ ଭିଡିଓ:

ସୂଚନାଯୋଗ୍ୟ ଯେ ଟ୍ରମ୍ପ ନମସ୍ତେ କହି ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ‘ଏହା ମୋ ପାଇଁ ଏକ ସମ୍ମାନର କଥା। ଆମେରିକା ସବୁବେଳେ ଭାରତ ପାଇଁ ବିଶ୍ୱସ୍ତ ବନ୍ଧୁ ହୋଇ ରହିବ। ଭବ୍ୟ ସ୍ୱାଗତ ପାଇଁ ଧନ୍ୟବାଦ ଅର୍ପଣ କରୁଛି। ଆମେରିକା ଭାରତକୁ ଭଲ ପାଉଛି ଓ ଏତେ ବଡ଼ ଲୋକତାନ୍ତ୍ରିକ ଦେଶକୁ ମୁଁ ସମ୍ମାନ କରୁଛି। ଭାରତ ଆସିବା ମୋ ପାଇଁ ସୌଭାଗ୍ୟର ବିଷୟ। ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ୍‌ରେ ଏଭଳି ସ୍ୱାଗତ କରିବା ଦେଖି ମୁଁ ଅଭିଭୂତ ହୋଇଛି। ୧.୨୫ ଲକ୍ଷ ଲୋକଙ୍କ ଏଭଳି ସ୍ୱାଗତ କରିବା ଲାଗି ଧନ୍ୟବାଦ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.