ଦେଶ ବିଦେଶ

ପୁଅ ପାଇଁ ଆଶା କରିଥିଲେ, କିନ୍ତୁ ଜନ୍ମ ହେଲା ଝିଅ : ତା’ ପରେ ରାଗରେ ବାପା କଲା ଏମିତି କାମ

ଆଜିର ସମୟରେ ପୁଅ ଓ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଲିଙ୍ଗଗତ ବୈଷମ୍ୟତା ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ବେଟୀ ବଚାଓ, ବେଟୀ ପଢାଓ ଅଭିଯାନ କରାଯାଉଥିବା ବେଳେ ଝିଅମାନଙ୍କ ପାଇଁ ବହୁ କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ଆଜିର ସମାଜରେ ବି ଝିଅମାନଙ୍କୁ ନେଇ ଏକ ଘୃଣ୍ୟ ମାନସିକତା ରହି ଆସିଛି । ସରକାରଙ୍କ ସମସ୍ତ ଯୋଜନା ସତ୍ତ୍ବେ ବି ଝିଅଙ୍କୁ ନେଇ ସମାଜରେ ଏବେବି ନିମ୍ନ ଚିନ୍ତାଧାରା ରହି ଆସିଛି । ଆଜି ବି ଝିଅ ଜନ୍ମ ହେଲେ କେହି କେହି ବୋଝ ଭାବି ନାକ ଟେକୁଥିବାବେଳେ କେହି କେହି ହତ୍ୟା କରିବାକୁ ବି ପଛାଉ ନାହାନ୍ତି । ଏପରି ଏକ କୁତ୍ସିତ ଘଟଣା ହିମାଚଳ ପ୍ରଦେଶ ମନାଲି ଅଞ୍ଚଳରେ ଘଟିଥିବାର ଜଣାଯାଇଛି ।

ପୁଅ ବଦଳରେ ଝିଅ ଜନ୍ମ ହେବାରୁ ନବଜାତ କନ୍ୟା ହତ୍ୟା କରିଛି ପିଶାଚ ପିତା । ମନାଲୀର ନାଶଲୋ ଗ୍ରାମର ବାସିନ୍ଦା ହରିଶ କୁମାର ନିଜ ଝିଅକୁ ହତ୍ୟା କରିଥିଲେ। ହରିଶଙ୍କ ପତ୍ନୀ ମୀନା ଦେବୀ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ହରିଶ ଏବଂ ମୀନା ୮ ବର୍ଷ ତଳେ ବିବାହ କରିଥିବା ବେଳେ ଉଭୟଙ୍କର ୭ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ରହିଛି ।

ବୁଧବାର ଦିନ ପୁଣି ଏକ କନ୍ୟା ସନ୍ତାନ ଜନ୍ମ ହେବା ପରେ ହରିଶ ମୀନାଙ୍କୁ ମାଡ ମାରିବା ସହିତ ଝିଅଟିକୁ ନିର୍ମମ ଭାବରେ ହତ୍ୟା କରିଥିଲେ । ଏହାପରେ ନବଜାତର ଶବକୁ ନେଇ କେଉଁ ଆଡେ ପଳାଇଯାଇଥିଲେ । ତେବେ ଏହି ଘଟଣାରେ ଅଭିଯୁକ୍ତ ହରିଶ୍‌କୁ ପୋଲିସ୍ ଗିରଫ କରିଛି । ହରିଶ୍ ଦୁଇ ପୁତ୍ର ସନ୍ତାନ ପାଇଁ ଆଶାୟୀ ରହିଥିଲେ । ପୁଣି ଥରେ ଏକ ଝିଅ ଜନ୍ମ ହେବାରୁ ସେ ଏପରି ବୀଭତ୍ସ କାଣ୍ଡ ଘଟାଇଛନ୍ତି ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

5 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

7 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

8 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

9 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

9 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

10 hours ago