ଦେଶ ବିଦେଶ

ଜଣାଶୁଣା ମଡେଲଙ୍କୁ ନୃଶଂସ ହତ୍ୟା; ଫ୍ରିଜ୍‌ ଭିତରେ ପାତ୍ରରୁ ମିଳିଲା କଟା ଗୋଡ଼! ସୁପ୍‌ କରି ପିଉଥିଲେ ଶାଶୁଘର ଲୋକ

ସୋସିଆଲ ମିଡିଆରେ ଜଣେ ମଡେଲଙ୍କ ଫଟୋ ଓ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ମଡେଲଙ୍କ ସହିତ ଯାହା କିଛି ଘଟିଛି, ତାହା ଜାଣିଲେ ହୁଏତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମଡେଲଙ୍କ ନାମ ଏବି ଚୋଇ। ଖବର ରହିଛି ଯେ ଏବି ଚୋଇଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇଥିଲା। ଫ୍ରିଜ୍‌ ଭିତରୁ ପୋଲିସକୁ କଟା ଗୋଡ଼ ମିଳିଥିବା ବେଳେ ଶରୀରର ବାକି ଅଂଶଗୁଡ଼ିକ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ।

ଘଟଣାଟି ହଂକଂର। ଏ ନେଇ ପୋଲିସ ଚୋଇଙ୍କ ପୂର୍ବତନ ସ୍ୱାମୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ମୁତାବକ, ଫ୍ରିଜ୍‌ ଭିତରେ ଥିବା ସୁପ୍‌ ପାତ୍ରରୁ ଚୋଇଙ୍କ ଶରୀରର ଅବଶେଷ ମିଳିଛି।

ପୋଲିସ ବୟାନ ଜାରି କରି କହିଛି ଯେ ହଂକଂର ମଡେଲ ଏବି ଚୋଇଙ୍କ ହତ୍ୟା ମାମଲାରେ ତାଙ୍କ ପୂର୍ବତନ ଶ୍ୱଶୁର ଏବଂ ଶ୍ୱଶୁରଙ୍କ ବଡ଼ ଭାଇଙ୍କ ବିରୋଧରେ ଅଭିଯୋଗ ରହିଛି। ଏଥିସହ ପୂର୍ବତନ ଶାଶୁଙ୍କ ବିରୋଧରେ ନ୍ୟାୟିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ନେଇ ଅଭିଯୋଗ ଲାଗିଛି।

ପୋଲିସ ଅଧିକାରୀମାନେ ମଡେଲଙ୍କର ୨୮ ବର୍ଷୀୟ ପୂର୍ବତନ ସ୍ୱାମୀଙ୍କୁ ଶନିବାର ଗିରଫ କରିଛନ୍ତି। ତେବେ ମଡେଲ ଜଣକ ଅନେକ ଦିନ ଧରି ନିଖୋଜ ଥିଲେ। ତାଙ୍କର କୌଣସି ଖୋଜ୍‌ ଖବର ନ ଥିଲା।

ପୋଲିସ କହିଛି, ହଂକଂର ତାଇପୋ ଗାଁରେ ଏକ ଘରର ଫ୍ରିଜ୍‌ ଭିତରୁ ଜଣେ ମହିଳାଙ୍କ କଟା ଗୋଡ଼ ମିଳିଥିଲା। ଏହି ଗୋଡ଼ କାହାର ବୋଲି ପୋଲିସ ସନ୍ଦେହରେ ରହିଥିଲା। ଯେତେବେଳେ ଘର ଭିତର ଯାଞ୍ଚ କରାଯାଇଥିଲା, ତ ଘରେ ଚୋଇଙ୍କ ପରିଚୟ ପତ୍ର, କ୍ରେଡିଟ୍‌ କାର୍ଡ ଏବଂ ଅନ୍ୟାନ୍ୟ ଜିନିଷପତ୍ର ମିଳିଥିଲା। ଏଥିରୁ ପୋଲିସ ସ୍ପଷ୍ଟ ହୋଇଥିଲା ଯେ ଫ୍ରିଜ୍‌ରୁ ମିଳିଥିବା କଟା ଗୋଡ଼ ଚୋଇଙ୍କର।

କିନ୍ତୁ ଘଟଣାସ୍ଥଳରୁ ମଡେଲଙ୍କ ମୁଣ୍ଡ, ହାତ ଏବଂ ଅନ୍ୟାନ୍ୟ ଅଙ୍ଗ ମିଳିନାହିଁ। ସୂଚନା ମୁତାବକ, ଚୋଇଙ୍କର ନିଜ ପୂର୍ବତନ ସ୍ୱାମୀ ଏବଂ ତାଙ୍କ ପରିବାର ସହିତ ବିତ୍ତୀୟ ବିବାଦ ଚାଲିଥିଲା।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago