ଦେଶ ବିଦେଶ

କରୋନା ପାଇଁ ସବୁଠାରୁ ବେଶି ପ୍ରଭାବିତ ହୋଇଥିବା ସହର ଏବେ କାହିଁକି ମନାଉଛି ଖୁସି, ଜାଣନ୍ତୁ ଏହା ପଛର କାରଣ

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ବରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସ ପ୍ରଥମେ ବୁହାନ ସହରରେ ଆରମ୍ଭ ହୋଇଥିଲା । ଏହି କାରଣରୁ ଏହାକୁ ବୁହାନ ଭାଇରସ ବୋଲି ମଧ୍ୟ କୁହାଯାଏ । ତେବେ ବର୍ତ୍ତମାନ ଏହି ସହରରେ କିଛି ଲୋକ ଖୁସି ମନାଉଥିବା ନଜରକୁ ଆସିଛି । ତେବେ ଆସନ୍ତୁ ଜାଣିବା କଣ ରହିିଛି ଏହା ପଛରେ କାରଣ ।

ସୂଚନା ଅନୂଯାୟୀ ଗତ ତିନି ଦିନ ମଧ୍ୟରେ ଏହି ସହରରେ ଗୋଟିଏ ବି ନୂଆ ମାମଲା ସାମ୍ନାକୁ ଆସିନାହିଁ । ଦୀର୍ଘ ତିନି ମାସ ଧରି କରୋନା ଡରରେ ଭୟଭୀତ ହୋଇ ଜିଉଁଥିବା ଲୋକମାନେ ଖୁସି ମନାଉଥିବା ଭଳି ଦୃଶ୍ୟ ନଜରକୁ ଆସିଛି । ତେବେ ଗତ ତିନି ମାସଧରି ଏହି ସହର ଲକଡାଉନ ହୋଇ ରହିଥିଲା କିନ୍ତୁ ପ୍ରଶାସନର ଆଦେଶ ପରେ ବର୍ତ୍ତମାନ ସହରର କିଛି ଚେକ ପଏଣ୍ଟ ଖୋଲି ଦିଆଯାଇଛି । ତେବେ ଏହା କେବଳ ସହର ଭିତର ପାଇଁ ହଟାଇ ଦିଆଯାଇଛି ଏବଂ ସହର ବାହାରକୁ ଯିବାପାଇଁ ଏବେ ମଧ୍ୟ ଅନୁମତି ମିଳିନାହିଁ । ପ୍ରଶାସନର କହିବା ଅନୁଯାୟୀ କରେନାକୁ ନେଇ ବୁହାନ ସବୁଠାରୁ ସମ୍ବେଦନଶୀଳ ସହର ଅଟେ ଏବଂ ଆଗାମୀ ଦିନରେ ଏହି ଭାଇରସ ବାହାରକୁ କିପରି ନଯିବ ସେଥିପ୍ରତି ଧ୍ୟାନ ଦିଆଯାଉଛି ।

ଖବର ମୁତାବକ ବୁହାନ ସହରର ଲୋକମାନେ ଏବେ ମଧ୍ୟ ବିଶ୍ବାସ କରିପାରୁ ନାହାଁନ୍ତି ଯେ ତିନି ଦିନ ମଧ୍ୟରେ ଗୋଟିଏ ବି କରୋନା ରୋଗୀ ଚିହ୍ନଟ କରାଯାଇ ନାହାଁନ୍ତି । ଲୋକମାନେ ଏହା ମଧ୍ୟ ଭାବୁଛନ୍ତି ଯେ ସରକାର ଏହି ମାମଲାକୁ ଲୁଚାଉଛନ୍ତି ଏବଂ ଏବେ ମଧ୍ୟ ସୁରକ୍ଷା ପାଇଁ ଘରେ ରହିବା ଆବଶ୍ୟକ ।

ତେବେ ଜାନୁଆରୀ ଓ ଫେବୃଆରୀ ମାସରେ କରୋନା ପାଇଁ ଅତି ଭୟଙ୍କର ଭାବେ ପ୍ରଭାବିତ ହୋଇଥିବା ଚୀନ୍ ଏବେ ଧୀରେ ଧୀରେ ସାଧାରଣ ହେଉଛି । ଏବେ କରୋନା ଭାଇରସ ଚୀନ୍ ଛାଡି ୟୁରୋପୀୟ ଦେଶରେ ନିଜର ତାଣ୍ଡବ ଲୀଳା ରଚୁଛି । ସୂଚନା ଅନୁଯାୟୀ ଏବେ ଇଟାଲୀରେ କରୋନା ପାଇଁ ଭୟଙ୍କର ସ୍ଥିତି ଉପୁଜିିଛି ଏବଂ ପୂରା ଦେଶକୁ ଲକଡାଉନ୍ ଘୋଷଣା କରାଯାଇଛି ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago