Below header

କରୋନା ପାଇଁ ସବୁଠାରୁ ବେଶି ପ୍ରଭାବିତ ହୋଇଥିବା ସହର ଏବେ କାହିଁକି ମନାଉଛି ଖୁସି, ଜାଣନ୍ତୁ ଏହା ପଛର କାରଣ

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ବରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସ ପ୍ରଥମେ ବୁହାନ ସହରରେ ଆରମ୍ଭ ହୋଇଥିଲା । ଏହି କାରଣରୁ ଏହାକୁ ବୁହାନ ଭାଇରସ ବୋଲି ମଧ୍ୟ କୁହାଯାଏ । ତେବେ ବର୍ତ୍ତମାନ ଏହି ସହରରେ କିଛି ଲୋକ ଖୁସି ମନାଉଥିବା ନଜରକୁ ଆସିଛି । ତେବେ ଆସନ୍ତୁ ଜାଣିବା କଣ ରହିିଛି ଏହା ପଛରେ କାରଣ ।

wuhan celebrateସୂଚନା ଅନୂଯାୟୀ ଗତ ତିନି ଦିନ ମଧ୍ୟରେ ଏହି ସହରରେ ଗୋଟିଏ ବି ନୂଆ ମାମଲା ସାମ୍ନାକୁ ଆସିନାହିଁ । ଦୀର୍ଘ ତିନି ମାସ ଧରି କରୋନା ଡରରେ ଭୟଭୀତ ହୋଇ ଜିଉଁଥିବା ଲୋକମାନେ ଖୁସି ମନାଉଥିବା ଭଳି ଦୃଶ୍ୟ ନଜରକୁ ଆସିଛି । ତେବେ ଗତ ତିନି ମାସଧରି ଏହି ସହର ଲକଡାଉନ ହୋଇ ରହିଥିଲା କିନ୍ତୁ ପ୍ରଶାସନର ଆଦେଶ ପରେ ବର୍ତ୍ତମାନ ସହରର କିଛି ଚେକ ପଏଣ୍ଟ ଖୋଲି ଦିଆଯାଇଛି । ତେବେ ଏହା କେବଳ ସହର ଭିତର ପାଇଁ ହଟାଇ ଦିଆଯାଇଛି ଏବଂ ସହର ବାହାରକୁ ଯିବାପାଇଁ ଏବେ ମଧ୍ୟ ଅନୁମତି ମିଳିନାହିଁ । ପ୍ରଶାସନର କହିବା ଅନୁଯାୟୀ କରେନାକୁ ନେଇ ବୁହାନ ସବୁଠାରୁ ସମ୍ବେଦନଶୀଳ ସହର ଅଟେ ଏବଂ ଆଗାମୀ ଦିନରେ ଏହି ଭାଇରସ ବାହାରକୁ କିପରି ନଯିବ ସେଥିପ୍ରତି ଧ୍ୟାନ ଦିଆଯାଉଛି ।

Image result for fireworks-in-wuhan-as-checkpoints-are-taken-down-other-cities-in-china-ease-controls

ଖବର ମୁତାବକ ବୁହାନ ସହରର ଲୋକମାନେ ଏବେ ମଧ୍ୟ ବିଶ୍ବାସ କରିପାରୁ ନାହାଁନ୍ତି ଯେ ତିନି ଦିନ ମଧ୍ୟରେ ଗୋଟିଏ ବି କରୋନା ରୋଗୀ ଚିହ୍ନଟ କରାଯାଇ ନାହାଁନ୍ତି । ଲୋକମାନେ ଏହା ମଧ୍ୟ ଭାବୁଛନ୍ତି ଯେ ସରକାର ଏହି ମାମଲାକୁ ଲୁଚାଉଛନ୍ତି ଏବଂ ଏବେ ମଧ୍ୟ ସୁରକ୍ଷା ପାଇଁ ଘରେ ରହିବା ଆବଶ୍ୟକ ।

ତେବେ ଜାନୁଆରୀ ଓ ଫେବୃଆରୀ ମାସରେ କରୋନା ପାଇଁ ଅତି ଭୟଙ୍କର ଭାବେ ପ୍ରଭାବିତ ହୋଇଥିବା ଚୀନ୍ ଏବେ ଧୀରେ ଧୀରେ ସାଧାରଣ ହେଉଛି । ଏବେ କରୋନା ଭାଇରସ ଚୀନ୍ ଛାଡି ୟୁରୋପୀୟ ଦେଶରେ ନିଜର ତାଣ୍ଡବ ଲୀଳା ରଚୁଛି । ସୂଚନା ଅନୁଯାୟୀ ଏବେ ଇଟାଲୀରେ କରୋନା ପାଇଁ ଭୟଙ୍କର ସ୍ଥିତି ଉପୁଜିିଛି ଏବଂ ପୂରା ଦେଶକୁ ଲକଡାଉନ୍ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.