Below header

ଥାନା ବାରାକ ଭିତରେ ଚାଲିଛି ପଲଙ୍କ ତିଆରି ! ଇଏ ହେଉଛି କେନ୍ଦୁଝର ଜିଲ୍ଲା ନୟାକୋଟ ପୋଲିସ୍‌ ଷ୍ଟେସନ୍‌

ବାଂଶପାଳ (କେ ନ୍ୟୁଜ୍‌) : ଚୋରା କାଠ ବେପାରୀଙ୍କୁ ଧରିବା ଓ ବେଆଇନ୍‌ କାଠ ଜବତ କରିବା ହେଉଛି ପୋଲିସ୍‌ର କାମ । ହେଲେ ପୋଲିସ୍‌ ଯଦି ଜବତ କରିଥିବା ଚୋରା କାଠକୁ ନିଜ କାମରେ ଲଗାଇ ଦିଏ ତେବେ ତ କଥା ସରିଲା । ଏଭଳି ସନ୍ଦେହ କିଛି ସୃଷ୍ଟି ହୋଇଛି । ଯଦିଓ ପୋଲିସ୍‌ ବାବୁ ନିରୁତ୍ତର ରହିବାରୁ ଆମେ ଏ ନେଇ ତାଙ୍କ ପ୍ରତିକ୍ରିୟା ଜାଣି ପାରିଲୁ ନାହିଁ । ତେବେ ଆସନ୍ତୁ ଜାଣିବା ଘଟଣାଟି କଣ ।

BANSAPAL-3କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ନୟାକୋଟ ଥାନାର ଏଇ ଫଟୋ ଦେଖନ୍ତୁ । ଥାନା ବାରାକ୍‌ ଭିତରେ ଚାଲିଛି ଦାମୀ କାଠରେ ଡବଲ୍‌ ବେଡ୍‌ ବକ୍ସ ଖଟ ତିଆରି । କାଠ ମିସ୍ତ୍ରୀ କାମରେ ଲାଗିଛନ୍ତି । ଆମେ ଏ ନେଇ ମିସ୍ତ୍ରୀଙ୍କୁ ଯେତେବେଳେ ପଚାରିଲୁ ସେ କଥା ଏଡ଼ାଇ ‘ବାବୁମାନଙ୍କର କାମ ଚାଲିଛି’ କହି ଚାଲିଗଲେ । ଖଟଟି ବେଆଇନ୍‌ କାଠରୁ ହେଉଛି କି ଆଇନ୍‌ ଅନୁସାରେ କାଠ କିଣି କରାଯାଉଛି । ସେକଥା ଜାଣିବାକୁ ଆମେ ଥାନା ଅଧିକାରୀଙ୍କୁ ପଚାରିଥିଲୁ । ହେଲେ ସେ କିଛି କହିବାକୁ ମନା କରି ଦେଇଛନ୍ତି । ତେଣୁ ଘଟଣାର ସଠିକ୍‌ ତଦନ୍ତ ହେଲେ ଯାଇ କଥାଟି ସ୍ପଷ୍ଟ ହେବ ।

BANSAPAL-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.