ସାଧାରଣ ଖାଉଟିଙ୍କ ପାଇଁ ସରକାର ଜାରିକଲେ ହେଲ୍ପଲାଇନ ନମ୍ବର, ଜନତା କରିପାରିବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜନିତ ଅଭିଯୋଗ 

କେନ୍ୟୁଜ୍(ବ୍ୟୁରୋ):  କରୋନା କରିଦେଇଛି ଜନ ଜୀବନକୁ ପ୍ରଭାବିତ। ସାରା ଦେଶ ଏବେ କରୋନା ଭୟରେ ଭୟଭୀତ। ଏହି କରୋନା ଭାଇରସରୁ ନିସ୍ତାର ପାଇଁ ଅନେକ ରାଜ୍ୟ ବିଭିନ୍ନ ପଦକ୍ଷେପ ନେଇ ସାରିଲେଣି। ଯେମିତିକି ପବ୍ଲିକ ଟ୍ରାନ୍ସପୋର୍ଟକୁ ବାତିଲ ଓ ବିଭିନ୍ନ ମଲ ଓ ବଜାରକୁ  ବନ୍ଦ କରିଦିଆଯାଇଛି। ଅନେକ ରାଜ୍ୟ ଲକ୍‌ଡାଉନ୍‌ କରିଦେଲେଣି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର  ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନ ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି କରିଛନ୍ତି । ହେଲ୍‌ପଲାଇନ୍‌ ‘ସାଧନ’- ନମ୍ବର- ୧୫୫୩୩୫ ରହିଛି ; ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜନିତ ଅଭିଯୋଗ କରିହେବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.