ବଲିଆ : ଉତ୍ତରପ୍ରଦେଶ ବଲିଆ ଜିଲ୍ଲା ସରଜୁ ଘାଘରା ନଦୀରେ ଏକ ସମୟରେ ୫ ଜଣ ଯୁବକ ବୁଡ଼ି ଯାଇଛନ୍ତି । ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ନଦୀରେ ୮ ଜଣ ଯୁବକ ଗାଧୋଉଥିବା ବେଳେ ୫ ଜଣ ନଦୀର ଗଭୀର ସ୍ଥାନରେ ବୁଡ଼ି ଯାଇଥିଲେ ।
ସ୍ଥାନୀୟ ଗ୍ରାମବାସୀ ପୋଲିସ୍ ସହାୟତାରେ ଖୋଜା ଖୋଜି କରି ୪ ଜଣଙ୍କର ମୃତ ଦେହ ପାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ମୃତକମାନେ ବରିଆ ଥାନା ଡେରା ଗାଁର ମନୀଷ ଯାଦବଙ୍କ ପୁତ୍ର ବୁଧିରାମ ଯାଦବ(୧୩), ଜୀୟୁତ ରାଜଭର(୧୭) ପୁତ୍ର ସନ୍ତନ ରାଜଭର, ଗୋବିନ୍ଦା ଯାଦବ(୧୫) ପୁତ୍ର ସ୍ୱାମୀନାଥ ଯାଦବ, ଲବ ଯାଦବ(୧୪) ପୁତ୍ର ଅବଧେଶ ଯାଦବ, ବିକାଶ ଯାଦବ(୧୫) ପୁତ୍ର ସନ୍ତୋଷ ଯାଦବ, ଅପ୍ପୁ ଯାଦବ(୧୦) ପୁତ୍ର ପରମାତ୍ମା ଯାଦବ, ବିଶାଳ ଯାଦବ(୧୪) ପୁତ୍ର ଉଦ୍ଧବ ଯାଦବ ଓ ଲାଲୁ ଯାଦବ(୮) ପୁତ୍ର ଜୟପ୍ରକାଶ ଯାଦବ ।
ସବୁଦିନ ଭଳି ସୋମବାର ମଧ୍ୟ ସେମାନେ ସରଜୁ ଘାଘରା ନଦୀରେ ଗାଧୋଉ ଥିଲେ । ଗାଧୋଉଥିବା ସମୟରେ ସେମାନଙ୍କ ମଧ୍ୟରୁ ୫ ଜଣ ଗଭୀର ସ୍ଥାନକୁ ଚାଲିଯାଇ ବୁଡ଼ି ଯାଇଥିଲେ । ହେଲେ ମନିଷ, ଜିୟୁତ ଓ ଗୋବିନ୍ଦା ଅଳ୍ପକେ ରକ୍ଷା ପାଇ ଯାଇଥିବା ଜଣାଯାଇଛି ।
ଗ୍ରାମ ଲୋକଙ୍କ ସହାୟତାରେ ପୋଲିସ୍ ପହଞ୍ଚି ୪ ଜଣଙ୍କ ଶବ ପାଇଥିବା ବେଳେ ଜଣଙ୍କର ଶବ ମିଳି ନଥିବା ଜଣାଯାଇଛି । ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…