Below header

ଗୋଟିଏ ଗାଁର ୫ ଯୁବକ ବୁଡ଼ି ଗଲେ ନଦୀରେ, ଗାଁରେ ଶୋକର ଛାୟ

ବଲିଆ : ଉତ୍ତରପ୍ରଦେଶ ବଲିଆ ଜିଲ୍ଲା ସରଜୁ ଘାଘରା ନଦୀରେ ଏକ ସମୟରେ ୫ ଜଣ ଯୁବକ ବୁଡ଼ି ଯାଇଛନ୍ତି । ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ନଦୀରେ ୮ ଜଣ ଯୁବକ ଗାଧୋଉଥିବା ବେଳେ ୫ ଜଣ ନଦୀର ଗଭୀର ସ୍ଥାନରେ ବୁଡ଼ି ଯାଇଥିଲେ ।

ସ୍ଥାନୀୟ ଗ୍ରାମବାସୀ ପୋଲିସ୍‌ ସହାୟତାରେ ଖୋଜା ଖୋଜି କରି ୪ ଜଣଙ୍କର ମୃତ ଦେହ ପାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ମୃତକମାନେ ବରିଆ ଥାନା ଡେରା ଗାଁର ମନୀଷ ଯାଦବଙ୍କ ପୁତ୍ର ବୁଧିରାମ ଯାଦବ(୧୩), ଜୀୟୁତ ରାଜଭର(୧୭) ପୁତ୍ର ସନ୍ତନ ରାଜଭର, ଗୋବିନ୍ଦା ଯାଦବ(୧୫) ପୁତ୍ର ସ୍ୱାମୀନାଥ ଯାଦବ, ଲବ ଯାଦବ(୧୪) ପୁତ୍ର ଅବଧେଶ ଯାଦବ, ବିକାଶ ଯାଦବ(୧୫) ପୁତ୍ର ସନ୍ତୋଷ ଯାଦବ, ଅପ୍ପୁ ଯାଦବ(୧୦) ପୁତ୍ର ପରମାତ୍ମା ଯାଦବ, ବିଶାଳ ଯାଦବ(୧୪) ପୁତ୍ର ଉଦ୍ଧବ ଯାଦବ ଓ ଲାଲୁ ଯାଦବ(୮) ପୁତ୍ର ଜୟପ୍ରକାଶ ଯାଦବ ।

river-2

ସବୁଦିନ ଭଳି ସୋମବାର ମଧ୍ୟ ସେମାନେ ସରଜୁ ଘାଘରା ନଦୀରେ ଗାଧୋଉ ଥିଲେ । ଗାଧୋଉଥିବା ସମୟରେ ସେମାନଙ୍କ ମଧ୍ୟରୁ ୫ ଜଣ ଗଭୀର ସ୍ଥାନକୁ ଚାଲିଯାଇ ବୁଡ଼ି ଯାଇଥିଲେ । ହେଲେ ମନିଷ, ଜିୟୁତ ଓ ଗୋବିନ୍ଦା ଅଳ୍ପକେ ରକ୍ଷା ପାଇ ଯାଇଥିବା ଜଣାଯାଇଛି ।

ଗ୍ରାମ ଲୋକଙ୍କ ସହାୟତାରେ ପୋଲିସ୍‌‌ ପହଞ୍ଚି ୪ ଜଣଙ୍କ ଶବ ପାଇଥିବା ବେଳେ ଜଣଙ୍କର ଶବ ମିଳି ନଥିବା ଜଣାଯାଇଛି । ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.