ଘରକୁ ଯାଇପାରୁନଥିଲେ ୩୧ ଜଣ ଲୋକ, ସାଉଥ ଅଭିନେତା ପ୍ରକାଶ ରାଜ ବଢାଇଲେ ସାହାଯ୍ୟର ହାତ

ବଲିଉଡ ଏବଂ ସାଉଥ ସିନେମାର ଅଭିନେତା ପ୍ରକାଶ ରାଜ କରୋନା ଭାଇରସ ପାଇଁ କଷ୍ଟ ପାଉଥିବା ଲୋକଙ୍କୁ ସାହାଯ୍ୟ କରି ଏବେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି। ଅଭିନେତା ଲକଡାଉନ କାରଣରୁ ଫସି ରହିଥିବା ଶ୍ରମିକ ଏବଂ ଗରିବ ଅସହାୟ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି। ଯେବେ ଠାରୁ ଲକଡାଉନ ହେଲାଣି ସେବେଠାରୁ ପ୍ରକାଶ ରାଜ ନିଜ ଫାର୍ମ ହାଉସରେ ରହୁଛନ୍ତି ଏବଂ ଏହି ଠାରୁ ହଁ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

ସେ ନିକଟରେ ପ୍ରଶାସନ ସହିତ ମିଶି ୩୧ ଜଣ ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କୁ ତାଙ୍କ ଘରକୁ ଯିବାକୁ ବନ୍ଦୋବସ୍ତ କରିଛନ୍ତି। ଏହାର ସୂଚନା ସେ ନିଜେ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଜଣାଇଛନ୍ତି। ଏହାପୂର୍ବରୁ ସେ ବାସହୀନ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଥିଲେ। ସେ ୨୫୦ ଜଣ ବାସହୀନ ଲୋକଙ୍କୁ ରାସନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲେ।

prakasssସେହିପରି ଲକଡାଉନ ହେବା ପରେ ହିଁ ପ୍ରକାଶ ରାଜ ନିଜ ପ୍ରଡକ୍ସନ ହାଉସ ଏବଂ ଫିଲ୍ମରେ କରୁଥିବା ଲୋକଙ୍କ ପାଇଁ ବହୁତ ଖାସ କାମ କରିଛନ୍ତି। ସେ ନିଜର ପୁରା ଷ୍ଟାଫ ଏବଂ ଫିଲ୍ମ କ୍ରୁ ଲୋକଙ୍କୁ ଦୁଇ ମାସ ଦରମା ଆଡ଼ଭାନ୍ସ ଦେଇଛନ୍ତି। ଏତିକି ନୁହେଁ ସେ ଜଣାଇଛନ୍ତି ଯେ ଏହା ସହିତ ଯଦି ତାଙ୍କ ଷ୍ଟାଫ ମଧ୍ୟରୁ ଜଣଙ୍କର ବି କିଛି ଆବଶ୍ୟକ ପଡିଲା ତେବେ ତାହା ପାଇଁ ସେ ଛିଡା ହେବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.