Below header

ସ୍ମାର୍ଟଫୋନରେ “ଆରୋଗ୍ୟ ସେତୁ ଆପ୍” ଡାଉନଲୋଡ ନ କଲେ ଭୋଗିବାକୁ ପଡ଼ିବ ଜେଲ

କରୋନା ସଙ୍କଟ ସାରା ଦେଶରେ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ମଧ୍ୟ ବଢ଼ାଇଛନ୍ତି। ଅନ୍ୟପଟେ କରୋନା ଯୋଗୁ ଉତ୍ତର ପ୍ରଦେଶର ଗୌତମବୁଦ୍ଧନଗର (ନୋଏଡ଼ା) ରେ ଜିଲ୍ଲା ପ୍ରଶାସନ ତରଫରୁ ମେ’୧୭ ଯାଏଁ ଧାରା-୧୪୪କୁ ବଢ଼ାଇ ଦିଆଯାଇଛି। ଏନେଇ ପ୍ରଶାସନ ତରଫରୁ ରବିବାର ଦିନ ସୂଚନା ଦିଆଯାଇଛି। ସେ କହିଛନ୍ତି ଯେ ଏହି ବନ୍ଦର ଅବଧିରେ ରାଜନୈତିକ, ସାମାଜିକ ଓ ଧାର୍ମିକ ସଭା, ବିରୋଧ ପ୍ରଦର୍ଶନ ଓ ଖେଳ ଆୟୋଜନ ସ୍ଥାନୀୟ ଅଞ୍ଚଳରେ ବନ୍ଦ ରହିବ। ବିଶେଷ ଭାବେ ଯଦି କେହି ମୋବାଇଲରେ ଆରୋଗ୍ୟ ସେତୁ ଆପ ଇନଷ୍ଟଲ କରିନାହିଁ ତେବେ ତାକୁ ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଦଣ୍ଡ ଦିଆଯିବ।

aarogya

ଅତିରିକ୍ତ ପୋଲିସ ଉପାଯୁକ୍ତ ଆଶୁତୋଷ ଦ୍ଵିବେଦୀ କହିଛନ୍ତି ଯେ କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକଡାଉନକୁ ମେ ୧୭ ଯାଏଁ ବଢ଼ାଇ ଦେଇଛନ୍ତି। ଗୌତମବୁଦ୍ଧନଗର ରେଡ ଜୋନରେ ଆସୁଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବାରୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

UP: Noida, Greater Noida's 46 Covid-19 containment zones | See ...

ସେ କହିଛନ୍ତି ଯେ ବିବାହରେ ୫୦ରୁ ଅଧିକ ଓ ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ ଲୋକଙ୍କୁ ଯୋଗ ଦେବାକୁ ବାରଣ କରାଯାଇଛି। ଏସବୁ କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱ ବଜାୟ ରଖିବା ମଧ୍ୟ ଜରୁରୀ। ଏଥିସହ ସ୍ମାର୍ଟଫୋନ ୟୁଜରଙ୍କୁ ମୋବାଇଲରେ ଆରୋଗ୍ୟ ସେତୁ ଆପ ଇନଷ୍ଟଲ କରିବା ବାଧ୍ୟତାମୂଳକ ହୋଇଛି। ଯଦି କେହି ଏହି ଆପ ଇନଷ୍ଟଲ ନ କରେ ତେବେ ତାଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.