Below header

ରଥ ନିର୍ମାଣ ଆରମ୍ଭ କରିବାକୁ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁରୋଧ, ସବୁ ଗାଇଡ୍‌ ଲାଇନ୍ସ ଅନୁସାରେ କାମ କରିବାକୁ ପ୍ରତିଶ୍ରୁତି

ପୁରୀ (କେ ନ୍ୟୁଜ୍‌) : ଶ୍ରୀକ୍ଷେତ୍ରରେ ଗଡ଼ିବକି ଶ୍ରୀଜୀଉଙ୍କ ରଥ ? ଏ ନେଇ ଏକ ସମ୍ଭାବନା ସୃଷ୍ଟି ହୋଇଛି । ରଥ ନିର୍ମାଣରେ ବିଳମ୍ବ ହୋଇଥିଲେ ମଧ୍ୟ ରଥଯାତ୍ରା ଭଳି ଏହା ଏକ ଧାମିକ କାର୍ଯ୍ୟ ନୁହେଁ । ତେଣୁ ପୁରୀ ଗ୍ରୀନ୍‌ ଜୋନ୍‌ରେ ଥିବାରୁ ରଥ ନିର୍ମାଣରେ କୌଣସି ଅସୁବିଧା ହେବ ନାହିଁ । ରଥ ନିର୍ମାଣ ପାଇଁ ଅନୁମତି ଦେବାକୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ । କାରଣ ଗ୍ରୀନ୍‌ ଜୋନ୍‌ରେ ନିର୍ମାଣ କାର୍ଯ୍ୟ ହେଳାଇ ପାରିବ ବୋଲି ଗାଇଡ୍‌ଲାଇନ୍‌ରେ ରହିଛି । ତେଣୁ ଆମେ ରଥ ନିର୍ମାଣ କରି ପାରିବୁ ବୋଲି ନିଷ୍ପତ୍ତି ନେଇଛୁ ।

ତେବେ ରଥ ନିର୍ମାଣ ଓ ରଥଯାତ୍ରା ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ । ଏହା କହିଛନ୍ତି ପୁରୀ ଗଜପତି ଦିବ୍ୟସିଂହ ଦେବ । ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ସେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସରକାର ତୁରନ୍ତ କାଲି ସୁଦ୍ଧା ନିଷ୍ପତ୍ତି ନେଲେ ଆମେ ଆସନ୍ତାକାଲିଠାରୁ ରଥ ନିର୍ମାଣ ଆରମ୍ଭ କରିଦେବୁ ବୋଲି ସେ କହିଛନ୍ତି ।
ତେବେ ଏହି ବୈଠକରେ ସ୍ନାନଯାତ୍ରା କିମ୍ବା ରଥଯାତ୍ରା ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି ଗଜପତି ସ୍ପଷ୍ଟ କରିଛନ୍ତି । ରଥ ନିର୍ମାଣ ବେଳେ ରଥଖଳା ସର୍ବସାଧାରଣ ସ୍ଥାନ ନୁହେଁ । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ନିର୍ମାଣ କାରିଗରଙ୍କ ସ୍ୱାସ୍ଥ୍ୟକୁ ନଜର ଦିଆଯିବ ।
ଯଦି ରଥ ନିର୍ମାଣ ହୁଏ ତେବେ କୋଭିଡ୍‌ ନିୟମ ପାଳନ କରାଯିବ । ୧୮ ତାରିଖରେ ନୂଆ ଗାଇଡ୍‌ଲାଇନ୍‌ ଆସିବା ପରେ ପରିଚାଳନା କମିଟି ବୈଠକ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ରାଜ୍ୟ ସରକାର ଆସନ୍ତାକାଲି ସୁଦ୍ଧା କୌଣସି ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶା ରଖିଛି ପରିଚାଳନା କମିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.