Below header

ଲଣ୍ଡନର ନିଲାମ କେନ୍ଦ୍ରରେ ବିକ୍ରି ପାଇଁ ରହିଛି ଚନ୍ଦ୍ରର ଅଂଶ, ୧୩.୫ କିଲୋକୁ ୧୯ କୋଟି ଟଙ୍କା

ଲଣ୍ଡନ : ବ୍ରିଟେନ୍‌ର ଲଣ୍ଡନ ସହରରେ ବିକ୍ରି ହେଉଛି ଚନ୍ଦ୍ରର କ୍ଷୁଦ୍ର ଅଂଶ । ଏହାର ଓଜନ ୧୩.୫ କିଲୋ ଥିବାବେଳେ ମୂଲ୍ୟ ରଖାଯାଇଛି ଦୁଇ ମିଲିୟନ୍‌ ପାଉଣ୍ଡ (ପ୍ରାୟ ୧୯ କୋଟି ଟଙ୍କା) । ଲଣ୍ଡନ୍‌ ସ୍ଥିତ ଏକ ନିଲାମ ଘରେ ଏହାକୁ ନିଲାମ ପାଇଁ ରଖାଯାଇଛି ।

କୁହାଯାଉଛି ଚନ୍ଦ୍ର ପୃଷ୍ଠରେ ଏକ କ୍ଷୁଦ୍ର ଗ୍ରହ ବା ଧୂମକେତୁ ଚନ୍ଦ୍ର ସହ ଧକ୍କା ହେବା ଫଳରେ ଏହାର ଛୋଟ ଅଂଶ ଭାଙ୍ଗିଯାଇ ପାରିଥାଏ । ଫଳରେ ଏହା ଲଣ୍ଡନର ଏକ ରେଗିସ୍ଥାନରେ ଖସି ପଡ଼ିଥିଲା ।

ଏହାର ନାମ ଏନ୍‌ଡବ୍ଲ୍ୟୁଏ-୧୨୬୯୧ ରଖାଯାଇଛି । ପୃଥିବୀରେ ପୃଷ୍ଠରେ ମିଳିଥିବା ଏହା ହେଉଛି ପଞ୍ଚମ ବଡ଼ ଖଣ୍ଡ । ଏହା ପୂର୍ବରୁ ପୃଥିବୀ ପୃଷ୍ଟରେ ୬୫୦ କିଲୋ ଗ୍ରାମର ଚନ୍ଦ୍ର ପୃଷ୍ଟର ଅଂଶ ମିଳିଥିବା ଜଣାଯାଇଛି ।

ଚନ୍ଦ୍ର ଅନେ୍ଵଷଣରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଅଟେ । ଆମେରିକା ଅନ୍ତରୀକ୍ଷ ଅଭିଯାନରେ ଆସିଥିବା ଚନ୍ଦ୍ରର ଛୋଟ ଅଂଶ ସହ ଏହାକୁ ତୁଳନା କରାଯାଇ ଚନ୍ଦ୍ରର ଅଂଶ ବୋଲି ନିଶ୍ଚିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.