ଗ୍ରୀନ ଜୋନରେ ଗଡ଼ିବ ବସ୍ ,ଅନୁମତି ଦେଲେ ସରକାର, ଏହିସବୁ ନିୟମ ମାନି ଚାଲିବ ବସ

କେନ୍ୟୁଜ(ବ୍ୟୁରୋ): ଗ୍ରୀନ ଜୋନରେ ଥିବା ଜିଲ୍ଲାଗୁଡ଼ିକରେ ଯାତ୍ରୀବାହୀ ବସ୍ ଚଳାଚଳ ନିମନ୍ତେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏନେଇ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗ୍ରୀନ୍ ଜୋନରେ ଯାତ୍ରୀବାହୀ ବସଗୁଡ଼ିକ ନିଜର ସିଟ୍ କ୍ଷମତା ତୁଳନାରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଧରି ଚଳପ୍ରଚଳ କରିପାରିବେ।

bus run way

ଏହି ବସ୍ କେବଳ ଗ୍ରୀନ୍ ଜୋନ୍ ଜିଲ୍ଲାଗୁଡ଼ିକ ଭିତରେ ଚଳପ୍ରଚଳ କରି ପାରିବ। ଯଦି ବସ୍ ଚଳପ୍ରଚଳ ମାର୍ଗରେ ଅରେଞ୍ଜ ଜୋନ୍ କିମ୍ବା ରେଡ୍ ଜୋନ୍ ଥିବ ତା’ହେଲେ ସେହି ମାର୍ଗରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିବ ନାହିଁ। ତେବେ ବସ୍ ଚଳାଚଳ ନିମନ୍ତେ ବୈଧ ରୁଟ୍ ପରମିଟ୍ , ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍‌, ଫିଟନେସ୍ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ୍ ଓ ବୀମା ଆଦି ଦସ୍ତାବିଜ ରହିବା ଜରୁରୀ। ଏନେଇ ଏସଆରସିଙ୍କ କାର୍ଯ୍ୟାଳୟରୁ ଆଜି ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.