ଦେଶ ବିଦେଶ

ବନ୍ୟାରେ ଉବୁଟୁବୁ ପଶ୍ଚିମ ଭାରତ: ଗୁଜରାଟ, ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ଜଳପ୍ରଳୟ

ନୂଆଦିଲ୍ଲୀ : ପଶ୍ଚିମ ଭାରତରେ ବନ୍ୟା ବିତ୍ପାତ। ପ୍ରବଳ ବର୍ଷାରେ ଗୁଜରାଟ, ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ ଓ ମଧ୍ୟପ୍ରଦେଶର ବନ୍ୟାର ପ୍ରକୋପ। ଗୁଜରାଟରେ ସବୁଠାରୁ ଦୟନୀୟ ସ୍ଥିତି। ବର୍ଷା ଓ ବନ୍ୟାରେ ୨୪ ଘଣ୍ଟାରେ ଗୁଜରାଟରେ ୭ଜଣଙ୍କ ମୃତ୍ୟୁ ଘଟିଛି। ମୂଷଳାଧାର ବର୍ଷାରେ ବିଭିନ୍ନ ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ସହ ଡ୍ୟାମଗୁଡ଼ିକରୁ ବନ୍ୟା ଜଳ ଉଛୁଳିବା ଦେଖାଯାଇଛି। ବିଭିନ୍ନ ସହରରେ ରାସ୍ତା, ଘାଟରେ ସୃଷ୍ଚି ହୋଇଛି ବନ୍ୟାର ଭ୍ରମ।

୯ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ୪୬୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଅହମଦାବାଦ ସହରରେ ଗତକାଲି ରାତିରେ ୨୧୯ ମିମି ବୃଷ୍ଟିପାତ ହୋଇଛି। ଅନେକ ଜନବସତି, ଅଣ୍ଡର ପାସ ଓ ରାସ୍ତାରେ ଜମି ରହିଛି ପାଣି । ଦକ୍ଷିଣ ଗୁଜରାଟ, ଡାଙ୍ଗ୍‌, ନଭସାରୀ, ତାପି ଓ ଭଲ୍‌ସାଡ ଏବଂ କେନ୍ଦ୍ର ଗୁଜରାଟର ପଞ୍ଚମାହଲ, ଛୋଟ ଉଦୟପୁର ଓ ଖେଡାରେ ସ୍ଥିତି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଛନ୍ତି ଉଭୟ ଏନଡିଆରଏଫ ଓ ଏସଡିଆରଏଫର ୧୮ ପ୍ଲାଟୁନ ଲେଖାଏଁ ଫୋର୍ସ ।

ଆଗାମୀ ୫ଦିନ ପାଇଁ ପ୍ରବଳ ବର୍ଷାର ଚେତାବନୀ ଥିବାରୁ ସ୍ଥିତି ସଙ୍ଗୀନ ପାଲଟିବା ଅନୁମାନ କରାଯାଇଛି । ମହାରାଷ୍ଟ୍ରରେ ବି ପ୍ରବଳ ବର୍ଷାରେ ସ୍ଥିତି ବେହାଲ । ମୁମ୍ବାଇ ଉପକୂଳରେ ସୁଉଚ୍ଚ ଜୁଆର ଉଠିବାର ସମ୍ଭାବନା ଥିବାରୁ ସାଧାରଣ ଲୋକଙ୍କୁ ମେରାଇନ ଡ୍ରାଇଭରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ପୁନେରେ ପ୍ରବଳ ବର୍ଷାରେ ଜଳମୟ ହୋଇଛି ସହର। କୋହ୍ଲାପୁର, ପାଲଘର, ନାସିକ ଓ ରତ୍ନଗିରି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

Barsha

Recent Posts

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

3 mins ago

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ, କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ

ଯାଜପୁର ଟାଉନ(କେନ୍ୟୁଜ୍‌): ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ । କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ  । ମୃତକ ହେଲେ ମନୋରଞ୍ଜନ…

4 mins ago

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ମନ୍ଦିର ହୁଣ୍ଡିରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା ଇଟା

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା। ଆଉ ଏସବୁ ହେଉଛି ସୁନା…

24 mins ago

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

39 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

40 mins ago

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

50 mins ago