ଦେଶ ବିଦେଶ

ମଇ ୧ ରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିରିଡି ସାଇ ମନ୍ଦିର ବନ୍ଦ

ମହାରାଷ୍ଟ୍ର : ଶିରିଡି ସ୍ଥିତ ସାଇବାବା ମନ୍ଦିର ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ରହିବ । ଏପରି ସୂଚନା ଦେଇଛି ସାଇବାବା ସଂସ୍ଥାନ ଟ୍ରଷ୍ଟ । ସାଇବାବା ମନ୍ଦିରର ସୁରକ୍ଷା ପାଇଁ ସିଆଇଏସଏଫ୍‌ ନିଯୁକ୍ତିକୁ ବିରୋଧ କରି ଏହି ଅନିର୍ଦ୍ଦିଷ୍ଟକାଳ ବନ୍ଦ ଘୋଷଣା କରାଯାଇଛି । କେନ୍ଦ୍ରସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ମଇ ୧ ତାରିଖରୁ ବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ ରହିବ ।

ମହାରାଷ୍ଟ୍ରର ଅହମଦନଗର-ମନମାଡ଼ ଜାତୀୟ ରାଜମାର୍ଗ ଏକ ଛୋଟ ଶିରିଡିରେ ପ୍ରସିଦ୍ଧ ସାଇ ବାବାଙ୍କ ମନ୍ଦିର ରହିଛି। ଶିରିଡିରେ କେନ୍ଦ୍ର ସରକାର ସିଆଇଏସ୍ଏଫ୍ ମୁତୟନ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି। ଏପରିକି ଶିରିଡିର ଗ୍ରାମବାସୀ ସିଆଇଏସ୍ଏଫ୍ ମୁତୟନକୁ ପସନ୍ଦ କରୁ ନଥିବାରୁ ସେମାନେ ମଧ୍ୟ ଏହାକୁ ନେଇ ପ୍ରତିବାଦ କରିଛନ୍ତି।

ସୂଚନାଯୋଗ୍ୟ, ସାଇବାବାଙ୍କୁ ଦର୍ଶନ କରିବାକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ କୋଟି କୋଟି ଲୋକ ଶିରିଡ଼ି ଆସିଥାଆନ୍ତି। ଶିରିଡ଼ି ସାଇ ମନ୍ଦିରରେ ଭକ୍ତମାନେ ବହୁତ ଦାନ କରିଥାଆନ୍ତି । ଏ ସମୟରେ ଶିରିଡି ସାଇ ମନ୍ଦିର ମଇ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବା ଘୋଷଣା ଖବର ପାଇବା ପରେ ଭକ୍ତମାନେ ନିରାଶ ହୋଇପଡ଼ିଛନ୍ତି।

Niharanjan

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

9 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago