ମଇ ୧ ରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିରିଡି ସାଇ ମନ୍ଦିର ବନ୍ଦ
ଶିରିଡି ସ୍ଥିତ ସାଇବାବା ମନ୍ଦିର ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ରହିବ । ଏପରି ସୂଚନା ଦେଇଛି ସାଇବାବା ସଂସ୍ଥାନ ଟ୍ରଷ୍ଟ । ସାଇବାବା ମନ୍ଦିରର ସୁରକ୍ଷା ପାଇଁ ସିଆଇଏସଏଫ୍ ନିଯୁକ୍ତିକୁ ବିରୋଧ କରି ଏହି ଅନିର୍ଦ୍ଦିଷ୍ଟକାଳ ବନ୍ଦ ଘୋଷଣା କରାଯାଇଛି । କେନ୍ଦ୍ରସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ମଇ ୧ ତାରିଖରୁ ବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ ରହିବ ।
ମହାରାଷ୍ଟ୍ର : ଶିରିଡି ସ୍ଥିତ ସାଇବାବା ମନ୍ଦିର ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ରହିବ । ଏପରି ସୂଚନା ଦେଇଛି ସାଇବାବା ସଂସ୍ଥାନ ଟ୍ରଷ୍ଟ । ସାଇବାବା ମନ୍ଦିରର ସୁରକ୍ଷା ପାଇଁ ସିଆଇଏସଏଫ୍ ନିଯୁକ୍ତିକୁ ବିରୋଧ କରି ଏହି ଅନିର୍ଦ୍ଦିଷ୍ଟକାଳ ବନ୍ଦ ଘୋଷଣା କରାଯାଇଛି । କେନ୍ଦ୍ରସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ମଇ ୧ ତାରିଖରୁ ବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ ରହିବ ।
ମହାରାଷ୍ଟ୍ରର ଅହମଦନଗର-ମନମାଡ଼ ଜାତୀୟ ରାଜମାର୍ଗ ଏକ ଛୋଟ ଶିରିଡିରେ ପ୍ରସିଦ୍ଧ ସାଇ ବାବାଙ୍କ ମନ୍ଦିର ରହିଛି। ଶିରିଡିରେ କେନ୍ଦ୍ର ସରକାର ସିଆଇଏସ୍ଏଫ୍ ମୁତୟନ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି। ଏପରିକି ଶିରିଡିର ଗ୍ରାମବାସୀ ସିଆଇଏସ୍ଏଫ୍ ମୁତୟନକୁ ପସନ୍ଦ କରୁ ନଥିବାରୁ ସେମାନେ ମଧ୍ୟ ଏହାକୁ ନେଇ ପ୍ରତିବାଦ କରିଛନ୍ତି।
ସୂଚନାଯୋଗ୍ୟ, ସାଇବାବାଙ୍କୁ ଦର୍ଶନ କରିବାକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ କୋଟି କୋଟି ଲୋକ ଶିରିଡ଼ି ଆସିଥାଆନ୍ତି। ଶିରିଡ଼ି ସାଇ ମନ୍ଦିରରେ ଭକ୍ତମାନେ ବହୁତ ଦାନ କରିଥାଆନ୍ତି । ଏ ସମୟରେ ଶିରିଡି ସାଇ ମନ୍ଦିର ମଇ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବା ଘୋଷଣା ଖବର ପାଇବା ପରେ ଭକ୍ତମାନେ ନିରାଶ ହୋଇପଡ଼ିଛନ୍ତି।