ସୀମା ଉତ୍ତେଜନାକୁ ନେଇ ଚୀନକୁ ଭାରତର ରୋକଠୋକ ଜବାବ, ପ୍ରଥମେ ଦ୍ୱିପାକ୍ଷିକ ରାଜିନାମା ମାନ

ସୀମା ଉତ୍ତେଜନାକୁ ନେଇ ଚୀନକୁ ଭାରତର ରୋକଠୋକ ବାର୍ତ୍ତା। ଦୁଇ ଦେଶ ଭିତରେ ସଂପର୍କର ସବୁ ଭିତ୍ତଭୂମିକୁ ନଷ୍ଟ ଏଲଏସି ଉତ୍ତେଜନା। ଭାରତ ଗସ୍ତରେ ଥିବା ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସଫାସଫା ଶୁଣାଇ ଦେଇଛନ୍ତି ରାଜନାଥ ସିଂ। ଦ୍ୱିପାକ୍ଷିକ ରାଜିନାମା ଓ ପ୍ରତିବଦ୍ଧତା ଆଧାରରେ ଏଲଏସିର ସବୁ ରାଜିନାମା ସାମଧାନ ହେବା ଉଚିତ ବୋଲି।

ନୂଆଦିଲ୍ଲୀ : ସୀମା ଉତ୍ତେଜନାକୁ ନେଇ ଚୀନକୁ ଭାରତର ରୋକଠୋକ ବାର୍ତ୍ତା। ଦୁଇ ଦେଶ ଭିତରେ ସଂପର୍କର ସବୁ ଭିତ୍ତଭୂମିକୁ ନଷ୍ଟ ଏଲଏସି ଉତ୍ତେଜନା। ଭାରତ ଗସ୍ତରେ ଥିବା ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସଫାସଫା ଶୁଣାଇ ଦେଇଛନ୍ତି ରାଜନାଥ ସିଂ। ଦ୍ୱିପାକ୍ଷିକ ରାଜିନାମା ଓ ପ୍ରତିବଦ୍ଧତା ଆଧାରରେ ଏଲଏସିର ସବୁ ରାଜିନାମା ସାମଧାନ ହେବା ଉଚିତ ବୋଲି।

କିନ୍ତୁ ଏହାର ଉଲଂଘନ ହୋଇଛି। ଯାହା ଦ୍ୱିପାକ୍ଷିକ ସଂପର୍କକୁ ତିକ୍ତ କରିଥିବା ଚୀନ ପ୍ରତିପକ୍ଷଙ୍କୁ ରାଜନାଥ କହିଛନ୍ତି। ଗଲଓ୍ଵାନ ସଂଘର୍ଷ ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରୀ। ଏସସିଓ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିଛନ୍ତି ଲି ସାଙ୍ଗଫୁ। ଏସସିଓରେ ଯୋଗ ଦେବା ପୂର୍ବରୁ ରାଜନାଥ ସିଂଙ୍କ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ସୀମା ଉତ୍ତେଜନାକୁ ନେଇ ଚୀନକୁ କଡ଼ା ବାର୍ତ୍ତା ଦେଇଛି ଭାରତ।