ଏରସମା ବିଡିଓଙ୍କୁ ୩ବର୍ଷ ସଶ୍ରମ ଜେଲ ଦଣ୍ଡ, ଜାଣନ୍ତୁ କାହିଁକି ଭୋଗିବେ
ରାଉରକେଲାର ପୂର୍ବତନ ତହସିଲଦାର ତଥା ଜଗତସିଂହପୁର ଜିଲ୍ଲା ଏରସମାର ବର୍ତ୍ତମାନର ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ୩ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ତାଙ୍କୁ ଆଉ ୨ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।
![angul 123](https://knewsodisha.com/wp-content/uploads/2023/04/angul-123.jpg)
ଅନୁଗୁଳ(କେନ୍ୟୁଜ୍): ବିଡିଓଙ୍କୁ ୩ବର୍ଷ ଜେଲ୍ । ରାଉରକେଲାର ପୂର୍ବତନ ତହସିଲଦାର ତଥା ଜଗତସିଂହପୁର ଜିଲ୍ଲା ଏରସମାର ବର୍ତ୍ତମାନର ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ୩ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା । ଜରିମାନା ଅନାଦେୟ ତାଙ୍କୁ ଆଉ ୨ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।
୨୦୧୯ରେ ଏକ ଜମିଜମା କେସ୍ରେ ୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଥିଲେ କୈଳାସ ଚନ୍ଦ୍ର ବେହେରା । ଜମି ଲିଜ୍ ଖାରଜ ନକରିବା ପାଇଁ ସେ ଏହି ଲାଞ୍ଚ ନେଇଥିଲେ । ଆଜି ମାମଲାର ଶୁଣାଣି କରି ୩ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଅନୁଗୁଳ ଭିଜିଲାନ୍ସ କୋର୍ଟର ସ୍ପେଶାଲ ଜଜ୍ ।