Below header

ଘରେ କେହି ନଥିବା ବେଳେ କଳାକନା ବୁଲେଇ ଦୁର୍ବୃତ୍ତ, ଲକ୍ଷେରୁ ଉର୍ଦ୍ଧ୍ଵ ଟଙ୍କାର ଜିନିଷ ନେଇ ଚମ୍ପଟ

ବାଲେଶ୍ବର(କେନ୍ୟୁଜ୍):  ନୀଳଗିରି ସହର ଉପକଣ୍ଠ ଓ଼ଲ୍ଡଙ୍ଗ ଛକ ନିକଟରୁ ରାତିରେ ଘରେ କେହି ନଥିବା ବେଳେ କଳାକନା ବୁଲେଇଲେ ଦୁର୍ବୃତ୍ତ।ସୂଚନାଯୋଗ୍ଯ ଓଲଡ଼ଙ୍ଗ ଛକରେ ରାସ୍ତା ପାର୍ଶ୍ବରେ ଚିନ୍ମୟ ସାହୁ ତାଙ୍କା ଘର ନିକଟରେ ଚିକେନ  ସେଣ୍ଟର କରିଥିଲେ।  ଗତକାଲି ରାତି ୯ଟା ରେ ଦୋକାନ ବନ୍ଦ କରି ଉକ୍ତ ଘରେ ନରହି ଅନ୍ଯତ୍ର ଘରକୁ ପଳେଇଥିଲେ ।

ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମନେ ତାଙ୍କ ଘରର ଗେଟ ଗ୍ରିଲ କାଟି ଘର ଭିତରେ ଥିବା inverter ଓ welding ମେସିନ ଓ ଅନ୍ଯାନ୍ଯ ଜିନିଷ ଆନୁମାନିକ ଲକ୍ଷେ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ଜିନିଷ ନେଇଯାଇଛନ୍ତି। ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.