ଦେଶ ବିଦେଶ

ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ସର୍ବାଧିକ କରୋନା ମାମଲା, ୧୩,୫୮୬ ଆକ୍ରାନ୍ତ ଥିବା ବେଳେ ୩୩୬ ମୃତ

ଗୋଟିଏ ଦିନରେ ଭାରତରେ କୋଭିଡ-୧୯ ମାମଲା ସବୁଠାରୁ ଅଧିକ ସାମ୍ନାକୁ ଆସିଛି। ସୂଚନା ମୁତାବକ ଆଜି ସର୍ବାଧିକ ୧୩,୫୮୬ଟି ମାମଲା ସାମ୍ନାକୁ ଆସିବା ପରେ ଦେଶରେ ସଂକ୍ରମଣ ମାମଲା ବଢି ୩,୮୦,୫୩୨ ହୋଇଛି। ସେହିଭଳି ୩୩୬ ଜଣଙ୍କର ମୃତ୍ୟୁ ପରେ ମୃତକଙ୍କ ସଂଖ୍ଯା ବଢି ୧୨,୫୭୩ ହୋଇଛି। ସମଗ୍ର ବିଶ୍ବରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟ‌ା କ୍ଷେତ୍ରରେ ଭାରତର ସ୍ଥାନ ଅଷ୍ଟମରେ ଥିବା ରିପୋର୍ଟରୁ ଜଣା ପଡିଛି।

ସୂଚନା ଯୋଗ୍ଯ ଆଜି ସକାଳ ପର୍ଯ୍ଯନ୍ତ ଯେଉଁ ୩୩୬ ଜଣଙ୍କ ଜୀବନ ଯାଇଛି, ସେମାନଙ୍କ ମଧ୍ଯରୁ ସବୁଠାରୁ ଅଧିକ ୧୦୦ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ୬୫ ଜଣ ଦିଲ୍ଲୀ, ୪୯ ତାମିଲନାଡୁ, ୩୧ ଗୁଜୁରାଟ, ୩୦ ଉତ୍ତରପ୍ରଦେଶ, ୧୨ କର୍ଣ୍ଣାଟକ, ୧୨ ପଶ୍ଚିମବଙ୍ଗ, ରାଜସ୍ଥାନର ୧୦, ଜମ୍ମୁ-କଶ୍ମୀର ୬, ପଞ୍ଜାବର ୫, ହରିୟାଣାର ୪, ମଧ୍ଯପ୍ରଦେଶର ୪, ତେଲେଙ୍ଗାନାର ୩, ଆନ୍ଧ୍ରପ୍ରଦେଶର ୨ ଏବଂ ଆସାମ, ଝାଡଖଣ୍ଡ ଏବଂ କେରଳର ଜଣେ ଲେଖାଏଁ ଥିବା ଜଣା ପଡିଛି।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

9 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago