ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ସର୍ବାଧିକ କରୋନା ମାମଲା, ୧୩,୫୮୬ ଆକ୍ରାନ୍ତ ଥିବା ବେଳେ ୩୩୬ ମୃତ

ଗୋଟିଏ ଦିନରେ ଭାରତରେ କୋଭିଡ-୧୯ ମାମଲା ସବୁଠାରୁ ଅଧିକ ସାମ୍ନାକୁ ଆସିଛି। ସୂଚନା ମୁତାବକ ଆଜି ସର୍ବାଧିକ ୧୩,୫୮୬ଟି ମାମଲା ସାମ୍ନାକୁ ଆସିବା ପରେ ଦେଶରେ ସଂକ୍ରମଣ ମାମଲା ବଢି ୩,୮୦,୫୩୨ ହୋଇଛି। ସେହିଭଳି ୩୩୬ ଜଣଙ୍କର ମୃତ୍ୟୁ ପରେ ମୃତକଙ୍କ ସଂଖ୍ଯା ବଢି ୧୨,୫୭୩ ହୋଇଛି। ସମଗ୍ର ବିଶ୍ବରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟ‌ା କ୍ଷେତ୍ରରେ ଭାରତର ସ୍ଥାନ ଅଷ୍ଟମରେ ଥିବା ରିପୋର୍ଟରୁ ଜଣା ପଡିଛି।

corona death-ସୂଚନା ଯୋଗ୍ଯ ଆଜି ସକାଳ ପର୍ଯ୍ଯନ୍ତ ଯେଉଁ ୩୩୬ ଜଣଙ୍କ ଜୀବନ ଯାଇଛି, ସେମାନଙ୍କ ମଧ୍ଯରୁ ସବୁଠାରୁ ଅଧିକ ୧୦୦ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ୬୫ ଜଣ ଦିଲ୍ଲୀ, ୪୯ ତାମିଲନାଡୁ, ୩୧ ଗୁଜୁରାଟ, ୩୦ ଉତ୍ତରପ୍ରଦେଶ, ୧୨ କର୍ଣ୍ଣାଟକ, ୧୨ ପଶ୍ଚିମବଙ୍ଗ, ରାଜସ୍ଥାନର ୧୦, ଜମ୍ମୁ-କଶ୍ମୀର ୬, ପଞ୍ଜାବର ୫, ହରିୟାଣାର ୪, ମଧ୍ଯପ୍ରଦେଶର ୪, ତେଲେଙ୍ଗାନାର ୩, ଆନ୍ଧ୍ରପ୍ରଦେଶର ୨ ଏବଂ ଆସାମ, ଝାଡଖଣ୍ଡ ଏବଂ କେରଳର ଜଣେ ଲେଖାଏଁ ଥିବା ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.