Below header

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୭ ନୂଆ ଆକ୍ରାନ୍ତ, ରାଜଧାନୀରେ ୧୬୫ ଛୁଇଁଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ସଂକ୍ରାମିତଙ୍କ ୧୬୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି କର୍ତ୍ତୃପକ୍ଷ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ହୋମ କ୍ଵାରେଣ୍ଟୀନରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଜାରି ହୋଇଥିବା ସୂଚନା ଅନୁଯାୟୀ ଏବେ ରାଜଧାନୀରେ ୭୮ ଟି ଆକ୍ଟିଭ କେଶ ଥିବା ବେଳେ ୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହୋମ କ୍ଵାରେଣ୍ଟିଂନ ରୁ ଚିହ୍ନଟ ହୋଇଥିବା ୪ ଜଣ ହେଉଛନ୍ତି ୩୮ ବର୍ଷୀୟ, ୩୦ ବର୍ଷୀୟ, ୩୪ ବର୍ଷୀୟ ଓ ୩୧ ବର୍ଷୀୟ ରେଳ କର୍ମଚାରୀ ।

ଏହି ସମସ୍ତଙ୍କ ଦିଲ୍ଲୀ ଯିବାର ଟ୍ରାଭେଲ ହିଷ୍ଟ୍ରୀ ବି ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ଜଣେ ୩୧ ବର୍ଷୀୟ ମହିଳା ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିବା ଜଣାଯାଇଛି । ଆଉ ଦୁଇ ଜଣ ଡୁମୁଡୁମା ହାଉସିଂ ବୋର୍ଡ ଅଂଚଳର ବୋଲି ଜଣାଯାଇଛି । ଏମାନେ ହେଲେ ୪୫ ବର୍ଷୀୟ ଜଣେ ମହିଳା ଓ ୧୦ ବର୍ଷୀୟ ଜଣେ ବାଳକ । ଏମାନନଙ୍କର ଗଂଜାମ ଟ୍ରାଭେଲ ହିଷ୍ଟ୍ରୀ ଥିବା ବେଳେ ସେମାନେ ପୂର୍ବ ଚିହ୍ନଟଙ୍କ ସଂସ୍ପର୍ଶରେ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.