Below header

ପରିଣତ ବୟସରେ ମୁକ୍ତାଙ୍କ ଅକୁହା ଦୁଃଖ, ଭାଗ୍ଯକୁ ଆଦରି ବୁଢୀ ଆଈର ସାହାରା ପାଲଟିଛନ୍ତି ଦୁଇ ଅନାଥ ଶିଶୁ

ସୁବର୍ଣ୍ଣପୁର: କଅଁଳ ବୟସ । ଭଲ ପାଠ ପଢି ଭବିଷ୍ଯକ ଗଢିବାର ଆଶା । ହେଲେ ପର କରିଦେଲେ ବାପା ମା । ଏବେ ଦୁଇ ଛୁଆଙ୍କ ବୋଝ ପଡିଛି ବୁଢୀ ଆଈ ଉପରେ । ନାଁ ଅଛି ଘର, ନାଁ ପାଉଛନ୍ତି କୌଣସି ସରକାରୀ ସୁବିଧା । ନୀହାତି ଗରିବ ପରିବାର ହୋଇଥିବାରୁ ଅତି ଦୁଃଖରେ ବିତୁଛି ଜୀବନ । ଏ ହେଉଛେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ୍ କୁକିଆ ଗାଁରେ ୭୦ ବର୍ଷିଆ ମୁକ୍ତା ସୁନାଙ୍କ କଥା ।

ପରିଣତ ବୟସରେ ମୁକ୍ତା ସୁନାଙ୍କ ସହ ରହୁଛନ୍ତି ଦୁଇ ଅନାଥ ପିଲା । ଭାଗ୍ଯକୁ ଆଦରି ବୁଢୀ ଆଈର ସାହାରା ପାଲଟିଛନ୍ତି ଦୁଇ ଛୋଟ ଶିଶୁ ସଚିନ୍ ଏବଂ ସମୀର । ବାପା ମା ଅଛନ୍ତି ହେଲେ ମା ଅନ୍ଯ ଜଣଙ୍କୁ ଭଲ ପାଇ ପଳାଇ ଯିବାପରେ, ମାନସିକ ଭାରସାମ୍ଯ ହରାଇ କିଛି ଦିନ ପରେ ବାପା କୁଆଡେ ନିଖୋଜ ହୋଇଗଲେ ଯେ ଆଉ ଫେରିଲେ ନାହିଁ । ଏବେ ବୁଢୀ ଆଈ ଉପରେ ଛୁଆଙ୍କ ଭବିଷ୍ଯତ । ଏହି ପରିଣତ ବୟସରେ ନିଜେ ବଞ୍ଚିବାର ରାହା ଖୋଜୁଥିବା ଅସହାୟ ମୁକ୍ତା ସୁନା ଦୁଇ ଦୁଇଟି ଛୁଆଙ୍କୁ କିଭଳି ଚଳାଇବେ ଏବେ ସେହି ଚିନ୍ତାରେ ।

houseସରକାରୀ ସହାୟତା କହିଲେ ୫୦୦ଟଙ୍କା ବିଧବା ଭତ୍ତା ଆଉ ୫କେଜି ଚାଉଳ । ଯାହା ସମୁଦ୍ରକୁ ସଙ୍ଖେ। ଜମିବାଡି ବୋଲି କିଛି ନାହିଁ । କେବଳ ଭଙ୍ଗା ଦଦରା ଘରେ ପଲିଥିନ୍ ଛାଇ ତଳେ କଟୁଛି ଏମାନଙ୍କ ଜୀବନ। ସରକାରୀ ସହାୟତା ଦେବାସହ ପକ୍କା ଘର ଖଣ୍ଡେ ଯୋଗାଇ ଦେବାକୁ ଦାବୀ କରିଛନ୍ତି ବୁଢୀ ଆଈ ମୁକ୍ତା ସୁନା । ଏହାସହ ପାଠ ପଢିବାର ସ୍ବପ୍ନ ଦେଖୁଥିବା ଦୁଇ ଛୁଆଙ୍କୁ ପ୍ରଶାସନ ପକ୍ଷରୁ କୌଣସି ବିଦ୍ଯାଳୟରେ ନାମ ଲେଖାଇବାକୁ ସେ ନିବେଦନ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା ଯୋଜନାରେ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

sunaଅନ୍ଯପଟେ ସରକାରଙ୍କର ଲକ୍ଷେ ଯୋଜନା ଥାଇ ମଧ୍ଯ ଆଜି ବି ନିରୀହ ଅସହାୟ ପାଇଁ ସାତ ସପନ ହୋଇଛି ସରକାରୀ ଯୋଜନା । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ସହଯୋଗର ହାତ ବଢାଉଛି ଏହି ଅସହାୟ ପରିବାରକୁ ।

=

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.