ସୁଶାନ୍ତଙ୍କ ମୃତ୍ୟୁ ପରେ ଏପରି ଅବସ୍ଥାରେ ଅଛି ତାଙ୍କ କୁକୁର, ଭାଇରଲ ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଇମୋସନାଲ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରିବାର ଏବଂ ବନ୍ଧୁଙ୍କ ସମେତ ସମଗ୍ର ଦେଶକୁ ଥରାଇ ରଖିଦେଇଛି । ତାଙ୍କ ବିୟୋଗର ଦୁଃଖ କେବଳ ତାଙ୍କ ପରିବାର କିମ୍ବା ପ୍ରଶଂସକଙ୍କ ପାଇଁ ନୁହେଁ ବରଂ ତାଙ୍କ ଡଗି ଫଜ ପାଇଁ ମଧ୍ୟ କାରଣ ଫଜ୍ ସୁଶାନ୍ତଙ୍କର ବହୁତ କ୍ଲୋଜ ଥିଲା । ବର୍ତ୍ତମାନ ସେ ନିଜର ମାଲିକ ଏବଂ ବନ୍ଧୁ ସୁଶାନ୍ତଙ୍କ ବିୟୋଗରେ ବହୁତ ଦୁଃଖିତ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଦୁହିଁଙ୍କର ପରସ୍ପର ପ୍ରତି ଥିବା ସ୍ନେହ ମମତା ସ୍ପଷ୍ଟ ଦେଖାଯାଉଛି ।


ବିଗ୍ ବସ୍ ର ପ୍ରତିଯୋଗୀ ମନବିର ଗୁରୁଜର୍ ମଧ୍ୟ ସୁଶାନ୍ତ ଏବଂ ଫେଜଙ୍କର କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଫଜ୍ ବାରମ୍ବାର ସୁଶାନ୍ତଙ୍କ ରୁମକୁ ଯାଉଥିବାର ଦେଖାଯାଉଛି ଏବଂ ସେ ସେଠାରେ କିଛି ସମୟ ଛିଡା ହୋଇ ଚାରିପାଖକୁ ଚାହିଁ ପୁଣିଥରେ ଫେରି ଆସୁଛି । ଫଜ୍ ମୋବାଇଲରେ ନିଜ ମାଲିକଙ୍କ ଫଟୋ ଦେଖିବାବେଳେ ମଧ୍ୟ ବହୁତ ଦୁଖୀ ହୋଇଯାଉଛି ।


ଅନ୍ୟ ଏକ ଭିଡିଓରେ ସୁଶାନ୍ତ ଏବଂ ଫଜଙ୍କ ବନ୍ଧୁତା ଦେଖିବାକୁ ମିଳିଛି । ଭିଡିଓରେ ଏହି ଦୁଇ ଜଣ ବଗିଚାରେ ଖେଳୁଥିବା ନଜର ଆସିଛନ୍ତି । ଏବଂ ଆଉ ଏକ ଭିଡିଓରେ ସୁଶାନ୍ତ ଫଜକୁ ତାଙ୍କ କୋଳରେ ବସି ଗେହ୍ଲା କରୁଥିବା ଦେଖିବାକୁ ମିଳିଛି ।


ସୂଚନାଯୋଗ୍ୟ ଯେ ଜୁନ୍ 14ତାରିଖରେ ସୁଶାନ୍ତ ସିଂ ରାଜପୁତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ । ପରେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଯଦିଓ ଆତ୍ମହତ୍ୟା ସ୍ଥାନରୁ କୌଣସି ସୁଇସାଈଡ଼ ନୋଟ ମିଳିନାହିଁ କିନ୍ତୁ ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ତାଙ୍କର ଘନିଷ୍ଠ ବନ୍ଧୁମାନଙ୍କୁ ପଚରାଉଚରା କରାଯାଉଛି । ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ PR ମ୍ୟାନେଜରଙ୍କର ମଧ୍ୟ ବୟାନ ନିଆଯାଇଛି। ନିକଟରେ ମୁମ୍ବାଇରେ ସୁଶାନ୍ତଙ୍କ ଶେଷ ରୀତିନୀତି କରାଯାଇଛି । ଅଭିନେତାଙ୍କ ଅସ୍ଥି ପାଟନାରେ ଥିବା ଗଙ୍ଗା ନଦୀରେ ଵିସର୍ଜିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.