ଭାରତର ୮୦୦ ବର୍ଷ ପୁରୁଣା ଦୁର୍ଗ, ଯାହା ‘ସାପର ଦୁର୍ଗ’ ନାମରେ ପରିଚିତ

ଭାରତରେ ଏମିତି ଅନେକ ଦୁର୍ଗ ରହିଛି, ଯାହା ହଜାର ବର୍ଷ ପୁରୁଣା। ଆଉ ଏମିତି କିଛି ଦୁର୍ଗ ଏପରି ରହିଛି, ଯାହା କେତେ ବର୍ଷ ପୁରୁଣା ତାହା ଏପର୍ଯ୍ୟନ୍ତ ମଧ୍ୟ କାହାକୁ ଜଣାନାହିଁ। ଏମିତି ପ୍ରାଚୀନ ଏବଂ ଐତିହାସିକ ଦୁର୍ଗ ରହିଛି, ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଯାହାକୁ ‘ସାପ କିଲ୍ଲା’ କୁହାଯାଏ। ଏହି ଦୁର୍ଗ ୮୦୦ ବର୍ଷ ପୁରୁଣା ବୋଲି ଜାଣିବାକୁ ମିଳିଛି। ଏହାର ନିର୍ମାଣ ୧୧୭୮ରୁ ୧୨୦୯ ମସିହାରେ ଶିଳାହାର ଶାସକ ଭୋଜ ଦ୍ୱିତୀୟ କରିଥିଲେ। କଥାରେ ରହିଛି, କହାଁ ରାଜା ଭୋଜ, କହାଁ ଗଙ୍ଗୁ ତେଲୀ’। ଏହାର ସାମଞ୍ଜସ୍ୟ ଏହି ଦୁର୍ଗ ସହିତ ରହିଛି।

Panhala_Banner

ଏହି ଦୁର୍ଗର ନାମ ପନ୍ହାଲା ଦୁର୍ଗ, ଯାହାକୁ ପନହାଲଗଡ, ପନାଲା ଏବଂ ପହାଲା ଇତ୍ୟାଦି ନାମରେ ଜଣାଶୁଣା। ଏହି ଦୁର୍ଗ ମହାରାଷ୍ଟ୍ରର କେହ୍ଲାପୁର ଜିଲ୍ଲାର ଦକ୍ଷିଣ ପୂର୍ବ ୨୦ କିମି ଦୂରରେ ଅବସ୍ଥିତ। ଏହି ସ୍ଥାନ ଏକ ଛୋଟ ହିଲ୍‌ଷ୍ଟେସନ। କିନ୍ତୁ ଏହାର ଇତିହାସ ଶିବାଜୀ ମହାରାଜାଙ୍କ ସହିତ ଜଡିତ।

panhala-3

ଏହି ଦୁର୍ଗ ଯାଦବ, ବହମନି ଏବଂ ଆଦିଲ ଶାହ ଭଳି ଅନେକ ରାଜବଂଶ ଅଧିନରେ ରହିଥିଲା, କିନ୍ତୁ ୧୬୭୩ ମସିହାରେ ଶିବାଜୀ ମହାରାଜା ଏହାକୁ ଅଧିକାର କରିନେଇଥିଲେ। ଶିବାଜୀ ମହାରାଜା ପନ୍‌ହଲା ଦୁର୍ଗରେ ସବୁଠାରୁ ଅଧିକ ସମୟ ଅତିବାହିତ କରୁଥିଲେ ବୋଲି କୁହାଯାଏ। ଶିବାଜୀ ସେଠାରେ ୫୦୦ରୁ ଅଧିକ ଦିନ ଅତିବାହିତ କରିଥିଲେ। ତା’ପରେ ଏହି ଦର୍ଗୁ ଇଂରେଜମାନଙ୍କ ଅଧିନକୁ ଚାଲିଯାଇଥିଲା।

panhala2

ଦୁର୍ଗ ପନ୍‌ହଲାକୁ ସାପ ଦୁର୍ଗ ବୋଲି କୁହାଯାଏ। ଏଥିପାଇଁ ଏହାର କାରଣ ମଧ୍ୟ ଭିନ୍ନ ରହିଛି। ଏହି ଦୁର୍ଗର ନିର୍ମାଣ ସାପ ଭଳି ତେଢାମେଢା ହୋଇଥିବା, ସାପ ଭଳି ଚାଲୁଥିବା ଶୈଳୀରେ ହୋଇଛି। ଏହା ପାଖରେ ଜୁନା ରାଜଓ୍ଵାଡରେ କୁଳଦେବୀ ତୁଲଜା ଭବାନୀଙ୍କ ମନ୍ଦିର ରହିଛି, ଯେଉଁଠାରେ ଏକ ଗୁପ୍ତ ସୁଡଙ୍ଗ ରହିଛି। ଯାହା ୨୨ କିମି ଦୂର ଏହି ଦୁର୍ଗରେ ଖୋଲିଥାଏ। ଏବେ କିନ୍ତୁ ଏହି ସୁଡଙ୍ଗକୁ ବନ୍ଦ କରିଦିଆଯାଇଛି।
ଏହି ଦୁର୍ଗକୁ ତିନି ମହଲା ବିଲିଡିଂ ତଳେ ଗୁପ୍ତ ଭାବେ ଏକ କୂଅ ରହିଛି, ଯାହାକୁ ଅନ୍ଧାର ବାବଡି କୁହାଯାଉଛି। ଏହାର ନିର୍ମାଣ ମୋଗଲ ଶାସକ ଆଦିଲ ଶାହ କରିଥିଲେ। ଶତ୍ରୁ ଦୁର୍ଗ ଆକ୍ରମଣ କରିବା ସମୟରେ ଆଖପାଖରେ ଥିବା କୂଅରେ ଜହର ମିଶାଇ ଶତ୍ରୁକୁ ଦମନ କରିବେ ବୋଲି ଆଦିଲ ଶାହ କୂଅ ନିର୍ମାଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.