Below header

ଗୁପ୍ତଧନ ପାଇବା ପାଇଁ ଚାଲିଥିଲା ପୂଜାର୍ଚ୍ଚନା, ଜାଣିବା ପରେ ନିର୍ଧୁମ ଛେଚିଲେ ଗାଁ ଲୋକ

ବୌଦ୍ଧ(କେନ୍ଯୁଜ୍): ଗୁପ୍ତଧନ ପାଇବା ଆଶାରେ ଗୁପ୍ତ ପୂଜାର୍ଚ୍ଚନା ପଡିଲା ମହଙ୍ଗା। ଗ୍ରାମବାସୀଙ୍କ ହାତରେ ଧରା ପଡି ନିର୍ଧୁମ ଛେଚା ଖାଇଲେ କର୍ତ୍ତା ଓ ପୂଜକ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ କରଞ୍ଜକଟା ଗ୍ରାମରେ।

ପୋଲିସ ସୂଚନା ଅନୁଯାୟୀ କରଞ୍ଜକଟା ଗାଁର ଈଶ୍ବର ବେହେରା ନାମକ ଜଣେ ବ୍ଯକ୍ତି ସୁନା ହଣ୍ଡା ପାଇବା ଲାଳସାରେ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ଜଣେ ମହିଳାଙ୍କ ସହ ପୂଜକ ଓ ୮ଜଣ ବ୍ଯକ୍ତିଙ୍କୁ ପୂଜାର୍ଚ୍ଚନା ପାଇଁ ଘରକୁ ଡାକିଥିଲେ। ଗତକାଲି ବିଳମ୍ବିତ ରାତିରେ ଏହି ପୂଜା ଆରମ୍ଭ କରିଥିଲେ। ଏ ସମ୍ପର୍କରେ ଜାଣିବା ପରେ ଗାଁର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚିଲେ। ଏହି ସମୟରେ ପୂଜାର୍ଚ୍ଚନାରେ ନିୟୋଜିତ ଥିବା ବ୍ଯକ୍ତିମାନେ ମାରଣାସ୍ତ୍ର ଦେଖାଇ ଯୁବକମାନଙ୍କୁ ଭୟଭୀତ କରାଇଥିଲେ।

ଏହି ଖବର ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ଉତ୍ତ୍ଯକ୍ତ ହୋଇ ମହିଳାଙ୍କ ସହ ସମସ୍ତ ପୂଜକଙ୍କୁ କାବୁ କରି ନିର୍ଧୁମ ମାଡ ମାରିଥିଲେ। ପରେ ପୁରୁଣା କଟକ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଈଶ୍ବର ବେହେରା ସହ ୧୦ ଜଣକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.