Below header

ୟୁଜର ମାନଙ୍କ ପାଇଁ BSNL ଜାରି କଲା ଖାସ ଅଫର, ବିନା ରିଚାର୍ଜ କରି ବି ମିଳିପାରିବ ଟକ ଟାଇମ ସୁବିଧା

ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ନିଜ ୟୁଜର୍ସ ମାନଙ୍କୁ ଫାଇଦା ପହଂଚାଇବା ପାଇଁ ଏକ ଟକ ଟାଇମ ଲୋନ ଅଫର ଲଞ୍ଚ କରିଛି । ଏନେଇ ୟୁଜରଙ୍କୁ ୧୦ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତର ଲୋନ ମିଳିପାରିବ । ଏବାବଦରେ କମ୍ପାନୀ ତରଫରୁ ଏହା ମଧ୍ୟ କୁହାଯାଇଛିକି, ୟୁଜର୍ସ ମାନେ ଜରୁରୀ ପରିସ୍ଥିତିରେ ଏହି ଅଫରର ଉପଯୋଗ କରି ଟକ ଟାଇମ ପ୍ରାପ୍ତ କରି ପାରିବେ । ଏହା ସହ ଏହି ଅଫର ଜରିଆରେ ୟୁଜର ମାନଙ୍କୁ ବି ଖୁବ ଫାଇଦା ମିଳିପାରିବ । Only tech ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ବିଏସଏନଏଲ ଦ୍ୱାରା ଜାରି ହୋଇଥିବା ଏହି ଅଫର ଜରିଆରେ ଉପଭୋକ୍ତା ମାନଙ୍କୁ ଯଥାକ୍ରମେ ୧୦ଟଙ୍କା, ୨୦ଟଙ୍କା, ୩୦ ଟଙ୍କା, ୪୦ ଟଙ୍କା, ୫୦ ଟଙ୍କା ପର୍ଯ୍ୟନ୍ତର ଟକ ଟାଇମ ସୁବିଧା ମିଳିପାରିବ । ୟୁଜର ମାନେ ଲୋନ ପ୍ରାପ୍ତ କରିବା ପାଇଁ ନିଜ ଫୋନରୁ ୟୁଏସଏସଡି କୋଡ଼ ଡାୟଲ କରିବା ଜରୁରୀ ।

bsnl image

କେମିତି ଲାଭ କରିବେ ଟକ ଟାଇମ ଲୋନ:

ଯଦି ଆପଣ ବି ବିଏସଏନଏଲର ଟକ ଟାଇମ ଲୋନ ପାଇବାକୁ ଚାହୁଁଥିଲେ, ନିଜ ଫୋନରୁ 5117# କୁ ଡାୟଲ କରନ୍ତୁ । ଏହା ପରେ ନିଜ ଫୋନ ସ୍କ୍ରିନକୁ ଏକ ମେସେଜ ଆସିବ । ଯେଉଁଥିରେ ଆପଣଙ୍କୁ ଲୋନ ଅର୍ଥ ମିଳିପାରିବ । ଏଥିରେ ଆପଣ ନିଜ ହିସାବରେ ଲୋନ ରାଶି ଚୟନ କରନ୍ତୁ ଓ ସେଣ୍ଡ ବଟନରେ ଟ୍ୟାପ କରନ୍ତୁ । ଏତିକି କରିବା ପରେ ଲୋନ ରାଶି ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ । କିନ୍ତୁ କମ୍ପାନୀ ଏଯାଏଁ ସ୍ପଷ୍ଟ କରିନାହିଁଯେ, କେଉଁ ଟକଟାଇମ ଲୋନ ପାଇଁ କେତେ ଅର୍ଥରାଶି ଦେବାକୁ ହେବ ।

ବିଏସଏନଏଲର ୧୦୮ ଟଙ୍କିଆ ପ୍ରିପେଡ଼ ପ୍ଲାନ:

ୟୁଜର୍ସ ମାନଙ୍କୁ ପ୍ରତିଦିନ ଏହି ପ୍ଲାନରେ ପ୍ରତିଦିନ ୧ ଯିବି ଡାଟା ସମେତ ୫୦୦ ଏସଏମଏସ ସୁବିଧା ମିଳିପାରିବ । ଏହା ସହ ଅନ୍ୟ କୌଣସି ନେଟୱର୍କକୁ କଲ କରିବା ପାଇଁ ୨୫୦ ମିନିଟ ପର୍ଯ୍ୟନ୍ତ ସୁବିଧା ଦିଆଯିବ । ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.