ଗଜରାହାର ପୋଖରୀ ପୁନଃ ଖନନକୁ ନେଇ ମୁଣ୍ଡ ଟେକିଛି ବିବାଦ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସାଲେପୁର ବିଡ଼ିଓ

ସାଲେପୁର: ଗୋଚର ଜମିରେ ଅଧୁରା ହୋଇ ପଡ଼ିଥିବା ପଂଚାୟତ ପୋଖରୀ ପୁନଃ ଖନନକୁ ନେଇ ଦେଖାଦେଇଛି ବିବାଦ । ବ୍ଲକ ଅଧ୍ୟକ୍ଷା ଓ ପଂଚାୟତ ସରପଞ୍ଚ ଙ୍କ ସ୍ୱାମୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ଦୋଷାରୋପ । ଘଟଣା କୁ ନେଇ ବିଡ଼ିଓ ଦେଇଛନ୍ତି ସ୍ଥାନୀୟ ତହସିଲଦାରଙ୍କୁ ତଦନ୍ତ ଦାୟିତ୍ୱ । ଏବେ ବନ୍ଦ ରହିଛି ଖନନ କାର୍ଯ୍ୟ । ସେପଟେ ବ୍ଲକ ଅଧ୍ୟକ୍ଷା କୁ ସମାଲୋଚନା କରିବା ସହ ଉନ୍ନୟନ କାର୍ଯ୍ୟରେ ବାଧା ନ ଉପୁଜାଇବାକୁ ବ୍ଲକ ଉପାଧ୍ୟକ୍ଷ ଦେଇଛନ୍ତି ଅଧ୍ୟକ୍ଷାଙ୍କୁ ପରାମର୍ଶ । ଏହାକୁ ନେଇ ଏବେ ଯୋର ଧରିଛି ଚର୍ଚ୍ଚା ।

bibadaକଟକ ସାଲେପୁର ବ୍ଲକ ମଧ୍ୟକଚ୍ଛ ଗ୍ରାମ ପଂଚାୟତରେ ଏଭଳି ବିବାଦ ଉପୁଜିଥିବା ବେଳେ ସାମ୍ନା କୁ ଆସିଛି ଏବେ ଭିନ୍ନ ତଥ୍ୟ । ଏ ହେଉଛି ସେହି ମଧ୍ୟକଚ୍ଛ ଗ୍ରାମ ପଂଚାୟତ ର ଗୋଚର ଜମି ରେ ଅର୍ଦ୍ଧ ଖନନ ହୋଇ ପଡ଼ି ରହିଥିବା ଗଜରାହାର ପୋଖରୀ । ତଥ୍ୟ କହୁଛି ସେତେବେଳେ ତତ୍କାଳୀନ ପଂଚାୟତର ସରପଞ୍ଚ ତଥା ଏବେକାର ବ୍ଲକ ଅଧ୍ୟକ୍ଷା ଙ୍କ ସ୍ୱାମୀ ଗଣେଶ୍ୱର ରାଉତଙ୍କ ସମୟରେ MGNREGS ଯୋଜନାରେ ୨୦୧୦-୧୧ ଆର୍ଥିକ ବର୍ଷରେ ୧୯ ଲକ୍ଷ ୩୩ ହଜାର ଟଙ୍କା ବ୍ୟୟ ବରାଦରେ ଗ୍ରାମ ସଂଯୋଜକ ସୁବାଷ ଚନ୍ଦ୍ର ସେଠୀଙ୍କ ନାମରେ କାର୍ଯ୍ୟାଦେଶ ଥାଇଁ ପୋଖରୀ ଖନନ ଦୁଇ ସପ୍ତାହ ଆରମ୍ଭ ହୋଇ ଅଧାରୁ ବନ୍ଦ ହୋଇଯାଇଥିଲା । ଏହା ବାବଦକୁ ମଧ୍ୟ ସେତେବେଳେ ଶ୍ରମିକ ମାନକୁ ୨ ଲକ୍ଷ ୫୪ ହଜାର ଟଙ୍କା ସରକାରୀ ଅର୍ଥ ପ୍ରଦାନ କରାଯାଇଛି ।

ହେଲେ ଏବେକାର ସରପଞ୍ଚ ପୁଣି ସେହି ପୋଖରୀକୁ ପୁନଃ ଉଦ୍ଧାର କରିବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରି କାର୍ଯ୍ଯ ଆରମ୍ଭ ବେଳେ ଖୋଦ ବ୍ଲକ ଅଧ୍ଯକ୍ଷା ସେହି ପୋଖରୀକୁ ଗୋଚର ଜମିରେ ଖନନ କରାଯାଉଥିବା ଅଭିଯୋଗ କରି ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଆଉ ଖୋଦ ବ୍ଲକ ଅଧକ୍ଷା ତାଙ୍କ ସ୍ୱାମୀ ସରପଞ୍ଚ ଥିବା ସମୟରେ ଗୋଚର ଜମିରେ ପ୍ରଥମରୁ ଏହି ପ୍ରୋଜେକ୍ଟ କିଏ ଅନୁମତି ଦେଲା କହି ସମସ୍ତଙ୍କୁ ଦୋଷାରୋପ କରିବାସହ ତଦନ୍ତ ଦାବି କରିଛନ୍ତି । ପ୍ରକୃତ ଘଟଣା ପଦାକୁ ଆସିବା ପରେ ପୁରା ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ବସିଛି । ଯାହାକୁ ନେଇ ବ୍ଲକ ଅଧକ୍ଷା ଓ ବର୍ତ୍ତମାନର ସରପଞ୍ଚ ଙ୍କ ସ୍ୱାମୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ ଯୁଧ୍ୟ

pokhari khananaସେପଟେ ସାଲେପୁର ବିଡ଼ିଓ ତହସିଲଦାରଙ୍କୁ ଜମିର କିଶମ ଓ ବର୍ତ୍ତମାନର ସ୍ଥିତି ଉପରେ ତଦନ୍ତ କରିବାକୁ କହିଛନ୍ତି । କିନ୍ତୁ ଏହି ଜମି ଉପରେ ୨୦୧୦-୧୧ ରେ ପୋଖରୀ ଖନନ ପାଇଁ ପାଖା ପାଖି ୩ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ସ୍ୱୀକାର ମଧ୍ୟ୍ୟ କରିଛନ୍ତି । ତେବେ ଗଜରାହାର ପୋଖରୀ ପୁନଃ ଖନନ ଘଟଣା ଆଗକୁ କେଉଁ ମୋଡ଼ ନେଉଛି ତାହା କେବଳ ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.