ଦେଶ ବିଦେଶ

ସଫଳ ହେଲା କେସିଆର୍‌ଙ୍କ ହିପ୍‌ ରିପ୍ଲେସ୍‌ମେଣ୍ଟ ସର୍ଜରୀ, ସୂଚନା ଦେଲେ ବିଆର୍‌ଏସ୍‌ ନେତା

ହିପ୍‌ରେ ଆଘାତ ଯୋଗୁ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଗୁରୁବାର ରାତିରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏରାଭେଲିସ୍ଥିତ ତାଙ୍କ ବାସଭବନରେ ସେ ପଡ଼ିଯାଇଥିଲେ। ଏଥିରେ ତାଙ୍କ ହିପ୍‌ ଫ୍ରାକ୍‌ଚର ହୋଇଥିଲା। ଏହାପରେ ଡାକ୍ତରମାନେ ତାଙ୍କୁ ହିପ୍ ରିପ୍ଲେସମେଣ୍ଟ ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ।

ବର୍ତ୍ତମାନ ବିଆର୍‌ଏସ୍‌ ନେତା ଦାସୋଜୁ ଶ୍ରବଣ ସୂଚନା ଦେଇଛନ୍ତି ଯେ ‘ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ହିପ୍‌ ରିପ୍ଲେସମେଣ୍ଟ ସର୍ଜରୀ ସଫଳ ହୋଇଛି। କେସିଆର୍‌ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଆମେ ଆଶା କରୁଛୁ ଯେ ତାଙ୍କୁ ତିନି ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ପାଖାପାଖି ଦେଢ଼ ଘଣ୍ଟା ମଧ୍ୟରେ ଡାକ୍ତରମାନେ ଗୁରୁତର ଅସ୍ତ୍ରୋପଚାର କରିଥିଲେ। ତେଲେଙ୍ଗାନାର ୪ କୋଟି ଜନତା ଏବଂ ଈଶ୍ୱରଙ୍କ ଆଶୀର୍ବାଦ ହେତୁ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି’।

ଏଥିପୂର୍ବରୁ ଡାକ୍ତରମାନେ କହିଥିଲେ କି, ବିଆର୍‌ଏସ୍‌ ମୁଖ୍ୟ କେସିଆର୍‌ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୮ ସପ୍ତାହ ସମୟ ଲାଗିବ। କେସିଆର୍‌ଙ୍କ ପୁଅ କିଟି ରାମା ରାଓ ‘ଏକ୍ସ’ରେ ପୋଷ୍ଟ କରି କହିଥିଲେ, ବାଥରୁମରେ ପଡ଼ିଯିବା କାରଣରୁ କେସିଆର୍‌ଙ୍କୁ ହିପ୍‌ ରିପ୍ଲେସମେଣ୍ଟ ସର୍ଜରୀ କରାଇବାକୁ ପଡ଼ିବ।

ସେପଟେ କେସିଆର୍‌ଙ୍କ ଅଫିସ୍‌ ତରଫରୁ ସୂଚନା ଦିଆଯାଇଛି ଯେ ପତ୍ନୀ ସୋଭମ୍ମା, ପୁଅ ରାମା ରାଓ, ଝିଅ କବିତା ଏବଂ ପରିବାରର ଅନ୍ୟ ସଦସ୍ୟମାନେ କେସିଆର୍‌ଙ୍କ ସହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ଜି କିଶନ ରେଡ୍ଡୀଙ୍କ ସମେତ ଅନେକ ନେତା ସେ ଜଲ୍‌ଦି ସୁସ୍ଥ ହେବା ନେଇ ପ୍ରାର୍ଥନା କରିଛନ୍ତି।

Roshni

Recent Posts

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

2 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

28 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

38 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

55 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

1 hour ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

1 hour ago