ଦେଶ ବିଦେଶ

ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ଲାଲୁଙ୍କ ପରିବାରକୁ ଆଶ୍ୱସ୍ତି, ବ୍ୟକ୍ତିଗତ ଭାବେ ୫୦ ହଜାର ଟଙ୍କାରେ ମିଳିଲା ଜାମିନ

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ, ରାବଡି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ଜାମିନ ମିଳିଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରାଯାଇଛି । ଏହି ତିନି ଜଣଙ୍କୁ ବ୍ୟକ୍ତିଗତ ଭାବେ ୫୦ ହଜାର ଟଙ୍କାର ଜାମିନ ପ୍ରଦାନ କରାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬ରେ ହେବାକୁ ଯାଉଛି । ସିବିଆଇ ଚାର୍ଜସିଟ୍‌କୁ ନେଇ କୋର୍ଟ ପକ୍ଷରୁ ସମନ ଜାରି ହୋଇଥିଲା । କୋର୍ଟରେ ଆଜି ଲାଲୁ, ତେଜସ୍ୱୀ, ରାବଡି ଦେବୀ ସମେତ ଅନ୍ୟ ଅଭିଯୁକ୍ତ ହାଜର ହୋଇଥିଲେ ।

ସିବିଆଇ ୩ ଜୁଲାଇରେ ଦାଖଲ କରିଥିବା ଚାର୍ଜସିଟରେ ଲାଲୁ ଯାଦବ, ରାବଡି ଦେବୀ, ତେଜସ୍ୱୀ ଯାଦବଙ୍କ ସମେତ ୧୭ ଜଣଙ୍କ ନାମ ରହିଥିଲା । ଏହି ଚାର୍ଜସିଟରେ ପ୍ରଥମ ଥର ପାଇଁ ତେଜସ୍ୱୀଙ୍କ ନାମ ସାମ୍ନାକୁ ଆସିଥିଲା । କୋର୍ଟ ଅଭିଯୁକ୍ତଙ୍କୁ ହାଜର କରିବା ପରେ ବୟାନ ରେକର୍ଡ କରିଥିଲା । ଏହାପରେ ଏମାନଙ୍କ ମଧ୍ୟରୁ କିଛି ଜାମିନ ପାଇଁ ଯାଚିକା ଦାଖଲ କରିଥିଲେ । ମାମଲାର ଆଗାମୀ ଶୁଣାଣି ୧୬ ଅକ୍ଟୋବରରେ ହେବ ।

ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରି ଦେଇଥିବା ଅଭିଯୋଗ ହୋଇଥିଲା । ଚାକିରି ପାଇଁ ଜମି ମିଳିବା ପରେ ସେ ଏହାକୁ ନିଜ ପରିବାର ଲୋକଙ୍କ ନାଁରେ କରିଥିବା ଅଭିଯୋଗ ହୋଇଥିଲା । ୨୦୧୭ରେ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।

Swagatika

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago