ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ଲାଲୁଙ୍କ ପରିବାରକୁ ଆଶ୍ୱସ୍ତି, ବ୍ୟକ୍ତିଗତ ଭାବେ ୫୦ ହଜାର ଟଙ୍କାରେ ମିଳିଲା ଜାମିନ
ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ, ରାବଡି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ଜାମିନ ମିଳିଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରାଯାଇଛି । ଏହି ତିନି ଜଣଙ୍କୁ ବ୍ୟକ୍ତିଗତ ଭାବେ ୫୦ ହଜାର ଟଙ୍କାର ଜାମିନ ପ୍ରଦାନ କରାଯାଇଛି ।
ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ, ରାବଡି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କୁ ଜାମିନ ମିଳିଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ଜାମିନ ପ୍ରଦାନ କରାଯାଇଛି । ଏହି ତିନି ଜଣଙ୍କୁ ବ୍ୟକ୍ତିଗତ ଭାବେ ୫୦ ହଜାର ଟଙ୍କାର ଜାମିନ ପ୍ରଦାନ କରାଯାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬ରେ ହେବାକୁ ଯାଉଛି । ସିବିଆଇ ଚାର୍ଜସିଟ୍କୁ ନେଇ କୋର୍ଟ ପକ୍ଷରୁ ସମନ ଜାରି ହୋଇଥିଲା । କୋର୍ଟରେ ଆଜି ଲାଲୁ, ତେଜସ୍ୱୀ, ରାବଡି ଦେବୀ ସମେତ ଅନ୍ୟ ଅଭିଯୁକ୍ତ ହାଜର ହୋଇଥିଲେ ।
ସିବିଆଇ ୩ ଜୁଲାଇରେ ଦାଖଲ କରିଥିବା ଚାର୍ଜସିଟରେ ଲାଲୁ ଯାଦବ, ରାବଡି ଦେବୀ, ତେଜସ୍ୱୀ ଯାଦବଙ୍କ ସମେତ ୧୭ ଜଣଙ୍କ ନାମ ରହିଥିଲା । ଏହି ଚାର୍ଜସିଟରେ ପ୍ରଥମ ଥର ପାଇଁ ତେଜସ୍ୱୀଙ୍କ ନାମ ସାମ୍ନାକୁ ଆସିଥିଲା । କୋର୍ଟ ଅଭିଯୁକ୍ତଙ୍କୁ ହାଜର କରିବା ପରେ ବୟାନ ରେକର୍ଡ କରିଥିଲା । ଏହାପରେ ଏମାନଙ୍କ ମଧ୍ୟରୁ କିଛି ଜାମିନ ପାଇଁ ଯାଚିକା ଦାଖଲ କରିଥିଲେ । ମାମଲାର ଆଗାମୀ ଶୁଣାଣି ୧୬ ଅକ୍ଟୋବରରେ ହେବ ।
#WATCH | Delhi: Former Bihar CM and RJD chief Lalu Yadav, former Bihar CM Rabri Devi, Bihar Deputy CM Tejashwi Yadav and RJD MP Misa Bharti leave from Rouse Avenue Court after they were granted bail in the alleged land-for-jobs scam case. pic.twitter.com/tp3jGdKD39
— ANI (@ANI) October 4, 2023
ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରି ଦେଇଥିବା ଅଭିଯୋଗ ହୋଇଥିଲା । ଚାକିରି ପାଇଁ ଜମି ମିଳିବା ପରେ ସେ ଏହାକୁ ନିଜ ପରିବାର ଲୋକଙ୍କ ନାଁରେ କରିଥିବା ଅଭିଯୋଗ ହୋଇଥିଲା । ୨୦୧୭ରେ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।